ମନୋରଞ୍ଜନ

‘ଏହି କଥା ମୋ ଭାଇକୁ ବହୁତ ବାଧୁଥିଲା’ :ସୁଶାନ୍ତଙ୍କ ଭଉଣୀ  

(ମୁମ୍ବାଇ) :  ୨୦୨୦ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ କଥା ଏପର୍ଯ୍ୟନ୍ତ ଦର୍ଶକଙ୍କ ମନରୁ ଲିଭିନି । ଏ ମଧ୍ୟରେ ଅନେକ ବର୍ଷ ବିତିବା ସହ ସିବିଆଇ ହାତକୁ ତଦନ୍ତ ଭାର ଦିଆଯାଇଥିଲେ ବି ଏପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ ପଛର କାରଣ ଜଣାପଡିନାହିଁ । ତେବେ ବର୍ତ୍ତମାନ ଏକ ଇଣ୍ଟରଭିଉରେ ତାଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ଏକ କଥା ଖୁଲାସା କରିଛନ୍ତି ।

 ସେ କହିଛନ୍ତି ଯେ,  ଯେତେବେଳେ ଏମଏସ ଧୋନି ମୁକ୍ତିଲାଭ କଲା, ସେତେବେଳେ ଜଣେ ଅଭିନେତାଙ୍କ ପୁଅର ଫିଲ୍ମ ମଧ୍ୟ ମୁକ୍ତିଲାଭ କରିଥିଲା। ସମସ୍ତେ ଅଭିନେତାଙ୍କ ପୁଅର ଫିଲ୍ମକୁ ପ୍ରଶଂସା କରୁଥିଲେ, ତାଙ୍କ ବିଷୟରେ ଲେଖୁଥିଲେ। କିନ୍ତୁ ମୋ ଭାଇ ଭଲ କାମ କରିଥିଲେ ବି କେହି ତାଙ୍କ ବିଷୟରେ ଲେଖୁ ନଥିଲେ । ଏହା ତାଙ୍କୁ ବହୁତ ବାଧୁଥିଲା । ଯଦି ତୁମେ କିଛି ଭଲ କରିଛ, ତେବେ ଲୋକମାନେ ତୁମକୁ ପ୍ରଶଂସା କରନ୍ତୁ ବୋଲି ତୁମେ ଚାହିଁବ । ହେଲେ ମୋ ଭାଇକୁ କେବେବି ବଲିଉଡରେ ସେଭଳି ପ୍ରଶଂସା ବା ଗ୍ରହଣୀୟତା ମିଳିନଥିଲା । ”

Related posts

ହସପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଜସ୍ମିନ ଭାସିନ

mahabharatanews

ଆଉ ନାହାନ୍ତି ଅଭିନେତା ହରିଶ ମେଗନ

mahabharatanews

ଭାରତ ତାହା କରିଛି ଯାହା ପାକିସ୍ତାନ କରିପାରିଲା ନାହିଁ…

mahabharatanews