ଭାରତ

ଦିଲ୍ଲୀ ମଦ ଦୁର୍ନୀତି ମାମଲା; କୋର୍ଟର ଦ୍ୱାରସ୍ଥ ହେଲା ଇଡି

 (ଦିଲ୍ଲୀ) : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହାଜର ହେଉ ନଥିବାରୁ ଇଡି ପୁଣି କୋର୍ଟ ଦ୍ୱାରସ୍ଥ ହୋଇଛି । ଇଡିର ଦ୍ୱିତୀୟ ଅଭିଯୋଗ ପରେ ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏସ ସମନ ଜାରି କରିଛନ୍ତି । ଯେଉଁଥିରେ ୧୬ ମାର୍ଚ୍ଚରେ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ , ଦିଲ୍ଲୀ ମଦ ନୀତି ମାମଲାରେ କେଜ୍ରିୱାଲ ବାରମ୍ବାର ସମନକୁ ଅଣଦେଖା କରୁଥିବା ନେଇ ଇଡି କୋର୍ଟରେ ଦ୍ୱିତୀୟ ଅଭିଯୋଗ ଦାଖଲ କରିଛି । ଯାହା ଉପରେ କୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏବଂ ମାର୍ଚ୍ଚ ୧୬ ସୁଦ୍ଧା ହାଜର ହେବା ପାଇଁ ନୋଟିସ୍ ଜାରି କରିଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ଏହାପୂର୍ବରୁ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ୮ଟି ସମନ ଜାରି କରିବା ସତ୍ତ୍ୱେ ସେ ଏଜେନ୍ସିରେ ହାଜର ହୋଇନାହାଁନ୍ତି ।

Related posts

“କଙ୍ଗନାକୁ ବର୍ଷା ଦିନିଆ ବେଙ୍ଗ “: ବିକ୍ରମଦିତ୍ୟ

mahabharatanews

ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଭାରତୀୟ ରେଳବାଇ

mahabharatanews

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

mahabharatanews