ଓଡିଶା

କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା

(ଭୁବନେଶ୍ୱର) :  ବିଜେଡିରୁ ଇସ୍ତଫା ଦେବା ପରେ ଆଜି ୩ଦିନ ପରେ କଂଗ୍ରେସରେ ମିଶିଲେ ରେମୁଣାର ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ଭୁବନେଶ୍ୱର ସ୍ଥିତ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟ ଏବଂ ଦଳିୟ କର୍ମକର୍ତ୍ତାଙ୍କ ଉପସ୍ଥିତରେ ନିଜ ସମର୍ଥକଙ୍କ ସହିତ ହାତ ଧରିଛନ୍ତି ସୁଦର୍ଶନ ଜେନା ।

ସୂଚନାନୁଯାୟୀ , କଂଗ୍ରେସରେ ଯୋଗ ଦେବା ପରେ ସୁଦର୍ଶନ ଜେନା କହିଛନ୍ତି, ଏ ଦେଶର ସମ୍ବାଧାନ, ଧର୍ମନିରପେକ୍ଷତା ଏବଂ ଗଣତନ୍ତ୍ର ପାଇଁ ଆମେ କଂଗ୍ରେସରେ ଦେଇଛୁ । ତେବେ ଆଗକୁ ବିଜେଡି ଓ ବିଜେପି କଡା ଟକ୍କର ଦେବା ଆମ ଲକ୍ଷ ରହିଛି ।  ୨୦୦୯ରେ ସୁଦର୍ଶନ ଜେନା ବିଜେଡି ଟିକେଟରେ ରେମୁଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ୨୦୧୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଠାରୁ ପାଖାପାଖି ୧୩ ହଜାର ଭଟୋରେ ହାରି ଯାଇଥିଲେ ।

Related posts

ବିଧାୟକ କରୋନା ସଂକ୍ରମିତ

mahabharatanews

ଆଜି ପ୍ରାର୍ଥିପତ୍ର ଦାଖଲ କରିବେ ବାଚସ୍ପତି ପ୍ରାର୍ଥୀ ପ୍ରମିଳା ମଲ୍ଲିକ

mahabharatanews

ରାଧିକା କୁଶୁହ୍ବାଙ୍କ ମୃତ୍ୟୁ ଘଟଣାର ଆସିଲା ନୂଆ ମୋଡ

mahabharatanews