ମନୋରଞ୍ଜନ

ସରିଲା ପୁଲକିତ୍-କ୍ରିତିଙ୍କ ବିବାହ 

(ମୁମ୍ବାଇ) : ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡର ଲୋକପ୍ରିୟ ଯୋଡି ପୁଲକିତ୍ ସମ୍ରାଟ ଓ କ୍ରିତି ଖରବନ୍ଦା । ଗତ କିଛି ବର୍ଷ ହେବ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ବେଳେ ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ସୂଚନାନୁଯାୟୀ , ଦିଲ୍ଲୀ ନିକଟସ୍ଥ ହରିୟାଣାର ମାନେସରରେ ଥିବା ଆଇଟିସି ଗ୍ରାଣ୍ଡ ଭାରତ ପ୍ୟାଲେସରେ ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ବିବାହ କରିଥିବା ଜଣାପଡିଛି। କିଛି ଦିନ ତଳେ ଦୁହିଁଙ୍କ ବିବାହ ନିମନ୍ତ୍ରଣ କାର୍ଡ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ, ଦୁଇ ଜଣ ପୁରୁଷ ଓ ମହିଳା ଚେୟାରରେ ବସିଥିଲେ । ଘରର ବାଲକୋନିରେ ଦୁହେଁ ବସିଥିବା ବେଳେ ପୁରୁଷଜଣକ ହାତରେ ଗିଟାର ଧରି ଏବଂ ମହିଳାଜଣକ ତାଙ୍କ ସହ ବସି ବାହାରକୁ ଦେଖୁଥିଲେ ।

Related posts

ତିରୁପତିରେ ବିବାହ କରିବେ ପ୍ରଭାସ

mahabharatanews

ବିଗ୍ ବସ୍ ଓଟିଟି ୩ର ଟ୍ରଫି ହାତେଇଲେ ସନା ମକବୁଲ ଖାନ୍

mahabharatanews

ବିରୁଷ୍କାଙ୍କ ଡାନ୍ସ ଭିଡିଓ ଭାଇରାଲ

mahabharatanews