ବିଶ୍ୱ

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍

(ଇସ୍ରାଏଲ) : ରବିବାର ଦକ୍ଷିଣ ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଜଣେ ସିରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ସାନା କହିଛି ଯେ ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସ ଦିଗରୁ ଆସିଥିବା କିଛି କ୍ଷେପଣାସ୍ତ୍ରକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ଗୁଳି କରି ଖସାଇ ଦିଆଯାଇଥିଲା। ଏହା ବ୍ୟତୀତ ଲେବାନନରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଦୁଇ ହମାସ ନେତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।

ସୂଚନାନୁଯାୟୀ ,  ଗତ ପାଞ୍ଚ ମାସ ମଧ୍ୟରେ ହିଜବୁଲ ଶିବିର ଉପରେ ୪୫୦୦ ଏୟାର ଷ୍ଟ୍ରାଇକ୍ କରିଛି, ସେଥିମଧ୍ୟରୁ ଅଧିକାଂଶ ଲେବାନନରେ ଥିବାବେଳେ କିଛି ସିରିଆରେ ରହିଛି। ବ୍ରିଟେନରେ ଅବସ୍ଥିତ ସିରିଆ ଅବଜରଭେଟରୀ ଫର ହ୍ୟୁମାନ୍ ରାଇଟ୍ସର ଜଣେ ଅଧିକାରୀ କହିଛନ୍ତି ଯେ ଦମ୍ମେସକର ଉତ୍ତର-ପୂର୍ବରେ ଥିବା କାଲାମୁନ୍ ପର୍ବତରେ ଇସ୍ରାଏଲ୍ ମଧ୍ୟ ଦୁଇଟି ସାମରିକ ଶିବିର ଉପରେ ଆକ୍ରମଣ କରା ଯାଇଛି।

Related posts

ଇସ୍ରାଏଲ ପ୍ରଧାନମନ୍ତ୍ରୀ ନଫତାଲୀ ବେନେଟଙ୍କ କରୋନା ଗ୍ରସ୍ତ, ସନ୍ଦେହ ଘେରରେ ଭାରତ ଗସ୍ତ !

mahabharatanews

ଋଷକୁ ନେଇ ମେଟାର ବଡ଼ ନିଷ୍ପତ୍ତି

mahabharatanews

ଏକ ଗ୍ରାମ ସୁନାର ଦାମ ଏକ କପ୍ ଚା ଠାରୁ ମଧ୍ୟ କମ୍ ।

mahabharatanews