ଭାରତ

କୋର୍ଟରେ ହାଜର ହେବାକୁ ବାବା ରାମଦେବଙ୍କୁ ନିର୍ଦ୍ଦେଶ

(ଦିଲ୍ଲୀ) :  ବାବା ରାମଦେବଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ଆସନ୍ତ ୨ ସପ୍ତାହ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିକୋର୍ଟ । ହେଲେ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ପତାଞ୍ଜଳି ପକ୍ଷରୁ ଏପରି ବିଜ୍ଞାପନ ପ୍ରକାଶ କରିଥିଲେ । କେବଳ ସେତିକି ନୁହେଁ ଏହାସହ ପତଞ୍ଜଳି ଏମଡି ଆଚାର୍ଯ୍ୟ ବାଲକ୍ରିଷ୍ଣନଙ୍କୁ ନୋଟିସ୍ ମଧ୍ୟ ଜାରି କରିବା ସହ ତାଙ୍କୁ ମଧ୍ୟ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ମାମଲାର ଶୁଣାଣି ଆସନ୍ତା ଦୁଇ ସପ୍ତାହ ପରେ ହେବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଏହା ପୂର୍ବରୁ ମଧ୍ୟ ସୁପ୍ରିମକୋର୍ଟ ବାବା ରାମଦେବଙ୍କୁ ନୋଟିସ୍ ଜାରି କରି କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସୁ୍ପ୍ରିମକୋର୍ଟ ପତଞ୍ଜଳି ଆୟୁର୍ବେଦକୁ ରକ୍ତଚାପ, ମଧୁମେହ, ଆର୍ଥ୍ରାଇଟିସ୍, ଆଜମା ଏବଂ ମୋଟାପଣ ପରି ରୋଗ ଉପରେ ଉତ୍ପାତିତ ଔଷଧର ବିଜ୍ଞାପନ ପ୍ରକାଶ କରିବାକୁ ରୋକ୍ ଲଗାଇଥିଲେ ।

Related posts

୬ଘଣ୍ଟାର ପାଇଁ ଜେଲ୍ରୁ ବାହାରିଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

mahabharatanews

ସଡକ ଦୁର୍ଘଟଣା: ୧୦ ମୃତ, ୧୬ ଆହତ

mahabharatanews

ଜାଭଲିନ୍ ଥ୍ରୋରେ ଡାଇମଣ୍ଡ ଜିତିଲେ ନୀରଜ ଚୋପ୍ରା

mahabharatanews