ଓଡିଶା

ଭିସୁଟ୍କୁ ମଡର୍ଣ୍ଣ ଡ୍ରେସ୍ ମନା

(ସମ୍ବଲପୁର) : ଭିସୁଟ୍ ରେ ମଡର୍ଣ୍ଣ ଛୋଟ ଡ୍ରେସ୍ କୁ ମନା । ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଡର୍ଣ୍ଣ ଓ ଛୋଟ ଡ୍ରେସ୍ କୁ ବାରଣ କରାଯାଇଛି । ନୋଟିସ ଜରିଆରେ ଏହା ଜଣାଇଛନ୍ତି ଭିସୁଟ୍ କୁଳପତି । ଆଗକୁ ଭିସୁଟର ବସନ୍ତ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମକୁ ଆଧୁନିକ ପୋଷାକ କିମ୍ବା ଛୋଟ ଡ୍ରେସ୍ ପରିଧାନକୁ ବାରଣ କରାଯାଇଛି ।  ଯାହାପରେ ଏପରି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛନ୍ତି କର୍ତ୍ତୃପକ୍ଷ । ତେବେ କୁଳପତିଙ୍କ ଏହି ନୋଟିସ୍ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ , ଯଦି କୌଣସି ଛାତ୍ରଛାତ୍ରୀ ଏହି ଏହି ନିୟମ ନମାନି ଭିସୁଟକୁ ଆସନ୍ତି । ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପିରିକି ତାଙ୍କୁ ବିଶ୍ୱବିଦ୍ୟାଳୟ ଗେଟ୍ ବାହାର ରଖାଯିବ । କ୍ୟାମ୍ପସ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବନାହିଁ । ବସନ୍ତ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ରାଜ୍ୟର ସଂସ୍କୃତିକୁ ବଜାୟ ରଖିବାକୁ ପାଇଁ ଏଭଳି ନିଷ୍ପତ୍ତିି ନିଆଯାଇଥିବା କୁହାଯାଇଛି । ଗତବର୍ଷ ଅନୁଷ୍ଠିତ ବସନ୍ତ ଉତ୍ସବ ଛୋଟ ଡ୍ରେସ୍ ପିନ୍ଧାକୁ ନେଇ କୌଣସି ଅଘଟଣ ଘଟିଥିବାର ସୂଚନା ରହିଛି ।

Related posts

ଶ୍ରୀଜିଉଙ୍କର ଆଜି ଘଣା ଲାଗି ନୀତି

mahabharatanews

ଭୁବନେଶ୍ୱରରୁ ଗୋମାଂସ ପ୍ୟାକେଟ୍ ଜବତ   

mahabharatanews

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

mahabharatanews

Leave a Comment