ଓଡିଶା

ମନ୍ଦିର ପରିସରରେ ବିଦେଶୀ ପର୍ଯ୍ୟଟକ 

(ପୁରୀ) : ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ମନ୍ଦିର ପରିସରରେ ପଶିଲେ ବିଦେଶୀ ପର୍ଯ୍ୟଟକ । ସେବାୟତଙ୍କ ଦ୍ୱାରା ଜଣେ ବିଦେଶୀ ମହିଳା ପର୍ଯ୍ୟଟକଙ୍କୁ ଚିହ୍ନଟ କରାଯାଇଛି । ଏହା ପରେ ସିଂହଦ୍ଵାର ଥାନାରେ ମହିଳା ବିଦେଶୀ ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି ।

ସୂଚନାନୁଯାୟୀ , ବାଇଶିପାହାଚ ନିକଟରେ ଜଣେ ବିଦେଶୀନିଙ୍କୁ ଚିହ୍ନଟ କରିଛନ୍ତି ସେବାୟତ । ମହିଳା ବିଦେଶୀ ପର୍ଯ୍ୟଟକ ଜଣଙ୍କ ପୋଲାଣ୍ଡ ନାଗରିକ ହୋଇଥିବା ବେଳେ, ସେ ଶ୍ରୀମନ୍ଦିର ଭିତରକୁ କେଉଁ କାରଣରୁ ପ୍ରବେଶ କଲେ ସେନେଇ ପୋଲିସ ଅଧିକ ଅନୁସନ୍ଧାନ କରୁଛି । ବିଦେଶିନୀଙ୍କ ସହିତ ଅନ୍ୟ ଜଣେ ଯୁବକ ଏକ ଦଳ ସହ ଶ୍ରୀମନ୍ଦିର ଭିତରକୁ ପଶିଥିବା ଜଣାପଡିଛି । ତାଙ୍କ ପାସପୋର୍ଟ ଯାଞ୍ଚ କରାଯାଉଥିବା ବେଳେ, ବିଦେଶିନୀ ଜଣକ ୨୦୨୩ରେ ଭାରତକୁ ଆସିଥିବା ଅତିରିକ୍ତ ଏସପି ସୁଶୀଲ ମିଶ୍ର ସୂଚନା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ହିନ୍ଦୁ ଓ ୪ଜଣ ଅଣହିନ୍ଦୁ ବୋଲି ସେମାନଙ୍କ ଠାରୁ ଜାଣିବାକୁ ପାଇଥିଲେ । ସେମାନଙ୍କୁ ସିଂହଦ୍ଵାର ଥାନାରେ ପୋଲିସର ଜିମା ଦେଇଥିଲେ । ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏଥି ସହିତ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି ।

Related posts

ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ନୂଆ ଅଧ୍ୟକ୍ଷ ହେଲେ ଏଲଏନ ଦାଶ

mahabharatanews

ଭୁବନେଶ୍ୱରରୁ ଆଉ ୩୬୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ରଥଯାତ୍ରା ପ୍ରସ୍ତୁତି :  ସରିଲା ଚକ ନିର୍ମାଣ କାର୍ଯ୍ୟ

mahabharatanews