ଭାରତ

CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ; ୨୦ଟି ସ୍କୁଲ ରଦ୍ଦ ସହ ୩ଟି ଡାଉନଗ୍ରେଡ୍ 

(ଦିଲ୍ଲୀ) : ଦେଶର ୨୦ ସ୍କୁର ଉପରେ CBSE’ର ବଡ଼ କାର୍ଯ୍ୟାନୁଷ୍ଠାନ । ୨୦ଟି ସ୍କୁଲ ମାନ୍ୟତା ହେଲା ରଦ୍ଦ କରାଯାଇଥିବା ବେଳେ ୩ଟି ସ୍କୁଲକୁ ଡାଉନଗ୍ରେଡ୍ କରାଯାଇଛି । ଅଭିଯୋଗ ହୋଇଛି ଯେ, ଡମି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଚାଲୁଥିଲା । ହଠାତ୍ ଚଢାଉ ବେଳେ ଏହି ଅନିୟମିତତା ଧରାପଡିଥିଲା ।

ସୂଚନା ଅନୁସାରେ, ଏହି ୨୦ଟି ସ୍କୁଲରେ ନକଲି ଛାତ୍ରଛାତ୍ରୀଙ୍କ ନାଁ ଲେଖାଯାଇଥିବା ଅଭିଯୋଗ ହୋଇଛି । ଏହାସହ ଅଯୋଗ୍ୟ ଶିକ୍ଷକଶିକ୍ଷୟତ୍ରୀ ନିଯୁକ୍ତି ଏବଂ ରେକର୍ଡରେ ସଠିକ୍ ଭାବେ ଡାଟା ପରିଚାଳିତ ହେଉ ନଥିଲା । ଯାଞ୍ଚ କରାଯିବା ପରେ ୨୦ଟି ସ୍କୁଲର ମାନ୍ୟତା ରଦ୍ଦ କରାଯିବା ସହ ୩ଟି ସ୍କୁଲକୁ ଡାଉନଗ୍ରେଡ୍ କରାଯାଇଛି । ତେବେ ଦିଲ୍ଲୀର ୫ଟି ସ୍କୁଲ, ଛତିଶଗଡ଼, ଆସାମ, ପଞ୍ଜାବ, ଉତ୍ତରପ୍ରେଦଶ, କେରଳର କିଛି ବିଦ୍ୟାଳୟକୁ ରଦ୍ଦ କରାଯାଇଛି ।

Related posts

ପ୍ରକାଶ ପାଇଲା ନିଟ୍-ୟୁଜି ଚୂଡ଼ାନ୍ତ ମେରିଟ୍ ଲିଷ୍ଟ, ୬୧ ବଦଳରେ ୧୭ ଜଣ ଟପ୍ପର

mahabharatanews

ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ସାଂସଦ ଫାରୁକ୍ ଅବଦୁଲ୍ଲା

mahabharatanews

ବାରାଣସୀ ଷ୍ଟାଡିୟମରେ ଭଗବାନ ଶିବଙ୍କ ଥିମ୍ 

mahabharatanews