ଭାରତ

 ଗର୍ଭ ଗୃହରେ ଜଳିଗଲେ ୧୩ ସେବାୟତ 

(ଦିଲ୍ଲୀ) :  ସୋମବାର ସକାଳେ ବିଶ୍ୱ ପ୍ରସିଦ୍ଧ ମହାକଳେଶ୍ୱର ମନ୍ଦିରରେ ଏକ ବଡ଼ ଧରଣର ଅଭାବନୀୟ ଦୁର୍ଘଟଣା ଘଟିଛି । ଭସ୍ମ ଆରତୀ ସମୟରେ ଗର୍ଭ ଗୃହରେ ନିଆଁ ଲାଗି ୧୩ ଜଣ ସେବାୟତ ପୋଡିଯାଇଛନ୍ତି । ସକାଳ ଆଳତୀ ସମୟରେ ପବିତ୍ର ହୋଲି ପାଇଁ ଅବିର ଫୋପାଡିବା କାରଣରୁ ଅଗ୍ନିକାଣ୍ତ ଘଟିଛି । ତେବେ ପୋଡିଯାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସେବକ ଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହାକାଳ ମନ୍ଦିରର ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚଣ୍ଟିମାନ ଗେହଲୋଟ୍ ଆହତ ହୋଇଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ରହିଛି ଏବଂ ଚିକିତ୍ସା ଜାରି ରହିଛି । ସେପଟେ ମନ୍ଦିର ସର୍ବସାଧାରଣ ଦର୍ଶନ ଜାରି ରହିଛି । ହୋଲିରେ ଅଘଟଣ: ହିମାଚଳ ପ୍ରଦେଶରେ ଧସିଲା ପାହାଡ଼, ୨ ମୃତ ଖବର ଅନୁସାରେ, ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସକାଳ ୫.୪୫ରେ ଭସ୍ମ ଆରତୀ ହୋଇଥିଲା । ଶେଷରେ ବାବାଙ୍କୁ ଅବିର ଦିଆଯାଇଥିଲା । ଏହା ସହିତ ପୁରୋହିତମାନେ ମଧ୍ୟ ପରସ୍ପର ଉପରେ ଅବିର ପକାଇଥିଲେ । ଏହି ସମୟରେ ଆଳତୀ ଥାଳିରେ ଅବିର ପଡିଥିଲା, ଅବୀରରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଅଗ୍ନିକାଣ୍ତ ଘଟିଥିଲା ।

Related posts

ମୁମ୍ବାଇ ସହରକୁ ଉଠେଇବାକୁ ଧମକ, ରାଜସ୍ଥାନରୁ ଅଭିଯୁକ୍ତ ଗିରଫ

mahabharatanews

ଆସନ୍ତାକାଲି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି 

mahabharatanews

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

mahabharatanews