ଭାରତ

 ଗର୍ଭ ଗୃହରେ ଜଳିଗଲେ ୧୩ ସେବାୟତ 

(ଦିଲ୍ଲୀ) :  ସୋମବାର ସକାଳେ ବିଶ୍ୱ ପ୍ରସିଦ୍ଧ ମହାକଳେଶ୍ୱର ମନ୍ଦିରରେ ଏକ ବଡ଼ ଧରଣର ଅଭାବନୀୟ ଦୁର୍ଘଟଣା ଘଟିଛି । ଭସ୍ମ ଆରତୀ ସମୟରେ ଗର୍ଭ ଗୃହରେ ନିଆଁ ଲାଗି ୧୩ ଜଣ ସେବାୟତ ପୋଡିଯାଇଛନ୍ତି । ସକାଳ ଆଳତୀ ସମୟରେ ପବିତ୍ର ହୋଲି ପାଇଁ ଅବିର ଫୋପାଡିବା କାରଣରୁ ଅଗ୍ନିକାଣ୍ତ ଘଟିଛି । ତେବେ ପୋଡିଯାଇଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ସେବକ ଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ସମସ୍ତ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହାକାଳ ମନ୍ଦିରର ମୁଖ୍ୟ ପୁରୋହିତ ସଞ୍ଜୟ ଗୁରୁ, ବିକାଶ ପୂଜାରୀ, ମନୋଜ ପୂଜାରୀ, ଅନଶ ପୁରୋହିତ, ସେବକ ମହେଶ ଶର୍ମା ଏବଂ ଚଣ୍ଟିମାନ ଗେହଲୋଟ୍ ଆହତ ହୋଇଛନ୍ତି । ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ରହିଛି ଏବଂ ଚିକିତ୍ସା ଜାରି ରହିଛି । ସେପଟେ ମନ୍ଦିର ସର୍ବସାଧାରଣ ଦର୍ଶନ ଜାରି ରହିଛି । ହୋଲିରେ ଅଘଟଣ: ହିମାଚଳ ପ୍ରଦେଶରେ ଧସିଲା ପାହାଡ଼, ୨ ମୃତ ଖବର ଅନୁସାରେ, ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ ସକାଳ ୫.୪୫ରେ ଭସ୍ମ ଆରତୀ ହୋଇଥିଲା । ଶେଷରେ ବାବାଙ୍କୁ ଅବିର ଦିଆଯାଇଥିଲା । ଏହା ସହିତ ପୁରୋହିତମାନେ ମଧ୍ୟ ପରସ୍ପର ଉପରେ ଅବିର ପକାଇଥିଲେ । ଏହି ସମୟରେ ଆଳତୀ ଥାଳିରେ ଅବିର ପଡିଥିଲା, ଅବୀରରେ ଥିବା ରାସାୟନିକ ପଦାର୍ଥ ଯୋଗୁଁ ଅଗ୍ନିକାଣ୍ତ ଘଟିଥିଲା ।

Related posts

ପୁଣିଥରେ କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ

mahabharatanews

ଟ୍ରେନରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁ ହୁତୁ ହୋଇ ଜଳିଲା ଏସି ବଗି, ଜୀବନ୍ତ ଜଳିଗଲେ ଯାତ୍ରୀ

mahabharatanews

ଭାରତ ଗସ୍ତରେ ଆସୁଛନ୍ତି ଟେସଲା ମୁଖ୍ୟ

mahabharatanews