ଭାରତ

ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ

(ମୁମ୍ବାଇ) : ଅଡୁଆରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ । ବିଜେପିର ଲୋକସଭା ପ୍ରାର୍ଥୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଉପରେ ଦେଇଥିବା ମନ୍ତବ୍ୟ ଯୋଗୁଁ ଏବେ ଅଡୁଆରେ ପଡିଯାଇଛନ୍ତି ।  ବାସ୍ତବରେ ସୁପ୍ରିୟାଙ୍କ ବୟାନ ପରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧୀ ଦଳ ନିର୍ବାଚନ ଆୟୋଗଙ୍କୁ ଭେଟି ଏ ବିଷୟରେ ଅଭିଯୋଗ କରିବେ ବୋଲି ସୂଚନା  ମିଳିଛି ।

ତେବେ  ସୁପ୍ରିୟା ଯଦିଓ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ସେହି ପୋଷ୍ଟକୁ ହଟାଇ ଦେଇଛନ୍ତି କିନ୍ତୁ ତାଙ୍କ ସମସ୍ୟା ହ୍ରାସ ପାଉନଥିବା ପରି ମନେ ହେଉଛି। ଅନ୍ୟପକ୍ଷରେ, ଜାତୀୟ ମହିଳା ଆୟୋଗ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ | ବାସ୍ତବରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ କଙ୍ଗନା ରାନାୱତଙ୍କ ଫଟୋ ପୋଷ୍ଟ କରି ଏହାର କ୍ୟାପସନରେ ଏକ ଆପତ୍ତିଜନକ ଧାଡି ଲେଖିଥିବା ଅଭିଯୋଗ ହୋଇଛି।

Related posts

ଦେଶରେ କରୋନା ସଂକ୍ରମଣ ବଢିଛି , ୨,୨୦୮ କରୋନା ପଜିଟିଭ ଚିହ୍ନଟ

mahabharatanews

ପରଲୋକରେ ସାଂସଦ ରତନ ଲାଲ କାଟରିଆ

mahabharatanews

ୟୁକ୍ରେନରୁ ଫେରିଲେ ୧୧୦୦ରୁ ଅଧିକ ଭାରତୀୟ

mahabharatanews