ଭାରତ

ଆଜି ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି

(ଦିଲ୍ଲୀ) : ସବୁ ରାଜନୈତିକ ଦଳ ଗୁଡ଼ିକ ଏବେ ନିଜ ନିଜର ପ୍ରାର୍ଥୀ ଘୋଷଣା କରିବାରେ ରହିଛନ୍ତି ବ୍ୟସ୍ତ । ଆଉ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥୀ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ଲୋକସଭା ସାଧାରଣ ନିର୍ବାଚନ ୨୦୨୪ରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶର ୮୮ଟି ସଂସଦୀୟ କ୍ଷେତ୍ର ପାଇଁ ୨୮ ମାର୍ଚ୍ଚ ୨୦୨୪ରେ ବିଜ୍ଞପ୍ତି ପ୍ରକାଶ ପାଇବ ।

ଦ୍ୱିତୀୟ ପର୍ଯ୍ୟାୟରେ ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଆଂଶିକ ମତଦାନ ସହିତ ଉପରୋକ୍ତ ୮୮ଟି ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଆୟୋଜନ କରାଯିବ । ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେଉଛି ୪ ଏପ୍ରିଲ ୨୦୨୪ । ଜାମ୍ମୁ କାଶ୍ମୀରକୁ ଛାଡ଼ି ଅନ୍ୟ ୧୧ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ୫ ଏପ୍ରିଲ ୨୦୨୪ରେ ହେବ ପ୍ରାର୍ଥୀ ପତ୍ର ଯାଞ୍ଚ; ଜାମ୍ମୁକାଶ୍ମୀରରେ ୬ ଏପ୍ରିଲ, ୨୦୨୪ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ବାହ୍ୟ ମଣିପୁର ସଂସଦୀୟ ନିର୍ବାଚନ କ୍ଷେତ୍ରର ୧୫ଟି ବିଧାନସଭା କ୍ଷେତ୍ରରେ ୧୯ ଏପ୍ରିଲ ୨୦୨୪ (ପର୍ଯ୍ୟାୟ ୧)ରେ ମତଦାନ ହେବ ଏବଂ ଏହି ସଂସଦୀୟ ନିର୍ବାଚନ ମଣ୍ଡଳୀର ୧୩ଟି ବିଧାନସଭା କ୍ଷେତ୍ରରେ ୨୬ ଏପ୍ରିଲ୍ ୨୦୨୪ (ଦ୍ୱିତୀୟ ପର୍ଯ୍ୟାୟ)ରେ ମତଦାନ ହେବ ।

Related posts

ନୋଏଡା ସ୍କୁଲରେ ୧୩ ବିଦ୍ୟାର୍ଥୀ ଓ ୩ ଶିକ୍ଷକ କରୋନା ସଂକ୍ରମିତ

mahabharatanews

 ଜି-୨୦ ସମ୍ମିଳନୀ: ୧୦ ଯାଏଁ ସ୍କୁଲ୍‌ ଏବଂ ସରକାରୀ ଅଫିସ ବନ୍ଦ 

mahabharatanews

ତଦନ୍ତରେ ଉକ୍ରର୍ଷତା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପଦକ ଘୋଷଣା

mahabharatanews