ଭାରତ

ସୁନିତା କେଜ୍ରିୱାଲଙ୍କ ସମ୍ପର୍କୀୟଙ୍କ ଘରେ ରେଡ୍ 

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫ ପରେ ବର୍ତ୍ତମାନ ଅଡୁଆରେ ତାଙ୍କ ପରିବାର । ଆଜି ଇଡି ତାଙ୍କ ପତ୍ନୀ ସୁନିତା କେଜ୍ରିୱାଲଙ୍କ ଦୂର ସମ୍ପର୍କୀୟଙ୍କ ଘରେ ରେଡ୍ କରିଥିବା ନେଇ ସୂଚନା ରହିଛି ।

ସୂଚନାନୁଯାୟୀ , ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଆରାମ ମିଳିନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୩ ରେ ହେବ। କେଜ୍ରିୱାଲ ଯୁକ୍ତି କରିଛନ୍ତି ଯେ ନିର୍ବାଚନ ସମୟରେ ତାଙ୍କୁ ଗିରଫ କରିବା ସମ୍ବିଧାନର ମୌଳିକ ଗଠନ ବିରୁଦ୍ଧ ଅଟେ। ଅବକାରୀ ନୀତି ଦୁର୍ନୀତି ଘଟଣାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ। ସେ ଇଡିର ଗିରଫଦାରୀ ଓ ରିମାଣ୍ଡକୁ ବେଆଇନ ଦର୍ଶାଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ।

Related posts

ମିଶନ-ଆଦିତ୍ୟ L1କୁ  ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

mahabharatanews

ଉଦ୍ଧବ ଠାକରେଙ୍କୁ ନେଇ ବଡ ବୟାନ

mahabharatanews

ହିମାଚଳରେ ପ୍ରବଳ ବର୍ଷା ସମ୍ଭାବନା, ସ୍କୁଲ୍‌ ବନ୍ଦ ଘୋଷଣା  

mahabharatanews