(ମୁମ୍ବାଇ) : ଏକାଠି ହେଲେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ତାଙ୍କ ପତ୍ନୀ ଆଲିଆ ସିଦ୍ଦିକି । ନିଜ ପିଲାମାନଙ୍କ ପାଇଁ ପୁଣି ଥରେ ଏକାଠି ହୋଇଥିବା ସ୍ୱଷ୍ଟ ହୋଇଛି । ଗତ କିଛି ମାସ ହେବ ନୱାଜ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଅନେକ ବିବାଦ ଲାଗି ରହିଥିଲା।
ସୂଚନାନୁଯାୟୀ , ଆଲିଆ, ନୱାଜଙ୍କ ଉପରେ ଅନେକ ଆରୋପ ଲଗାଇଥିଲେ। ଟଙ୍କା ଠକି ନେଇଥିବା ସହ ତାଙ୍କ ବିରୋଧରେ ଦୁଷ୍କର୍ମର ଆରୋପ ଲଗାଇଥିଲେ ଆଲିଆ। ହେଲେ ଏବେ ସବୁ ଭୁଲି ଦୁହେଁ ପୁଣି ଏକାଠି ରହିବାକୁ ନିଷ୍ପତ୍ତି ନେଇଥିବା ସାମ୍ନାକୁ ଆସିଛି। ଆଲିଆ ସିଦ୍ଦିକି କହିଛନ୍ତି ଯେ “ଆମେ ଏକାଠି ଏବଂ ଶାନ୍ତିପୂର୍ଣ୍ଣ ଭାବରେ ବଞ୍ଚିବାକୁ ନିଷ୍ପତ୍ତି ନେଇଛୁ। ନିକଟ ଅତୀତରେ ମୋ ଜୀବନରେ କିଛି ଜିନିଷ ବଦଳି ଯାଇଛି। ମୁଁ ଅନୁଭବ କରିଛି ଯେ ଯଦି ଆମେ ଦୁନିଆ ସହିତ ଖରାପ ଜିନିଷ ସେୟାର କରୁଛେ, ତେବେ ଭଲ ଜିନିଷ ମଧ୍ୟ ସେୟାର କରିବା ଉଚିତ୍ | ମୁଁ ଭାବୁଛି ଯାହା ଭଲ ତାହା ମଧ୍ୟ ଘଟିବା ଉଚିତ୍।