ଭାରତ

ଘାଟିରେ ଖସିଲା କ୍ୟାବ; ୧୦ ଯାତ୍ରୀ ମୃତ

(ଜମ୍ମୁ) : ଗଭୀର ଖାତକୁ ଖସିଲା କ୍ୟାବ୍। ଫଳରେ ୧୦ଜଣ ଯାତ୍ରୀଙ୍କ ହେଲା ମୃତ୍ୟୁ। ଶୁକ୍ରବାର ଦିନ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଯାତ୍ରୀବାହୀ କ୍ୟାବ ଗଭୀର ଖାତକୁ ଖସି ପଡ଼ିବାରୁ ୧୦ଜଣଙ୍କର ଜୀବନ ଯାଇଥିବା ଜଣାଯାଇଛି।

ସୂଚନାନୁଯାୟୀ ,ଜମ୍ମୁ କଶ୍ମୀରର ରାମବନ୍ ଅଞ୍ଚଳର ବ୍ୟାଟେରୀ ଚଷମା ନିକଟରେ ଏହି ଦୁର୍ଘଟଣା ଘଟିଛି ଏବଂ ଗାଡିଟି ପ୍ରାୟ ୩୦୦ମିଟର ତଳକୁ ଖସିପଡିଥିବା ସାମ୍ନାକୁ ଆସିଛି। ବିପର୍ଯ୍ୟୟ ମୁକାବିଲା ଟିମ୍ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଗାଡ଼ି ଚାଳକ ୪୭ବର୍ଷୀୟ ବଲୱାନ ସିଂହ ଓ ଅନ୍ୟଜଣେ ବିହାରର ବିପିନ ମୁଖିଆ ବୋଲି ଜଣାପଡ଼ିଛି। ତେବେ ଲାଗାତାର ବର୍ଷା ହେଉଥିବାରୁ ଚାଳକ ନିୟନ୍ତ୍ରଣ ହରାଇଥିବା ସନ୍ଦେହ କରୁଛି ପୁଲିସ ।

Related posts

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ପୁରସ୍କାର

mahabharatanews

ପେଗାସସ୍ ମାମଲାରେ ଗଠନ ହେବ ବିଶେଷଜ୍ଞ କମିଟି

mahabharatanews

କଙ୍ଗନାଙ୍କୁ ଚ୍ୟାଲେଞ୍ଜ ଦେଲେ ରାକ୍ଷୀ 

mahabharatanews