ଓଡିଶା

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

(ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଉଛି ତାତି । ଦୁଇ ଦିନର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ସକାଳୁ କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି। ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କାଳବୈଶାଖୀ ପ୍ରଭାବରେ ମେଘୁଆ ପାଗ ହୋଇଛି।

ସୂଚନାନୁଯାୟୀ , ଛତିଶଗଡ଼ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣବଳୟ ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ମେଘୁଆ ପାଗ ଦେଖିବାକୁ ମିଳିଛି। ରାଜ୍ୟର କିଛି ଅଞ୍ଚଳରେ ଗତକାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ୍ ରହିବା ସମ୍ଭାବନା ରହିଛି। ହେଲେ ଆହୁରି ୫ ଦିନ ଗରମ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Related posts

୬୦ କୁଇଣ୍ଟାଲ ଗୋମାଂସ ଜବତ ,ଗାଡ଼ି ଡ୍ରାଇଭର ଫେରାର

mahabharatanews

ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews

ମାଟ୍ରିକ୍ ପରୀକ୍ଷାରେ ଏମଭି–୭୯ର ଛାତ୍ରୀ ଆଖି ମଣ୍ଡଳଙ୍କ ସଫଳତା

mahabharatanews