ଭାରତ

ବେଆଇନ ଋଣ ପ୍ରଦାନ ରୋକିବ ‘ଡିଜିଟା

(ଦିଲ୍ଲୀ) : ସାଇବର ଠକେଇକୁ ରୋକିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ ଇଣ୍ଡିଆ ଟ୍ରଷ୍ଟ ଏଜେନ୍ସି (ଡିଜିଟା) ପ୍ରତିଷ୍ଠା କରିବାକୁ ଚିନ୍ତା କରୁଛି । ‘ଡିଜିଟା’ ଦେଶରେ ବୃଦ୍ଧି ପାଉଥିବା ବେଆଇନ ଋଣ ପ୍ରଦାନରେ ରୋକ ଲଗାଇବାରେ ସହାୟକ ହେବ । ଏହା ନକଲି ଆପ୍‌ଗୁଡ଼ିକୁ ଚିହ୍ନଟ କରି ଡିଜିଟାଲ ଠକେଇରୁ ସୁରକ୍ଷା ଦେବ ।

ସୂଚନାନୁସାରେ, ଏହା ଡିଜିଟାଲ ୱାଲ୍ଡରେ ଅବୈଧ ଆପର ଯାଞ୍ଚ କରିବ ଆର୍ôଥକ ଜଗତରେ ଯେଉଁ ଆପର ଡିଜିଟା ଭେରିଫିକେସନ ନଥିବ ସେଗୁଡିକୁ ଅବୈଧ ମନେ କରାଯିବ । ଯଦି କମ୍ପାନୀମାନଙ୍କୁ ଆର୍ôଥକ କ୍ଷେତ୍ରରେ କାମ । କରିବାର ଅଛି ତେବେ ସେମାନଙ୍କୁ ଡିଜିଟାରେ ସେମାନଙ୍କ ଆପର ଯାଞ୍ଚ କରାଇବାକୁ ହେବ । ଏହି ଏଜେନ୍ସୀ ଆପ ଯାଞ୍ଚ କରିବା ପରେ ଆରବିଆଇକୁ ରିପୋର୍ଟ ଦେବ । ଏହା ଛଡା ଗ୍ରାହକଙ୍କୁ ଉପଯୁକ୍ତ ଆପ୍ ଚିହ୍ନଟ କରିବାରେ ଡିଜିଟା ସହାୟତା କରିବ । ଗତ କିଛି ଠକେଇରେ ବର୍ଷରେ ଫାଇନାନସିଆଲ ସେକ୍ଟରରେ ଡିଜିଟାଲ ଲୋନର ଭାଗିଦାରୀ ବଢିବାରେ ଲାଗିଛି ।

Related posts

ସର୍ବସାଧାରଣଙ୍କ ପାଇଁ ଖୋଲା ରହିଛି ଅମୃତ ଉଦ୍ୟାନ

mahabharatanews

ଦିଲ୍ଲୀ ବିମାନବନ୍ଦରକୁ ଉଡାଇଦେବାକୁ ଧମକ

mahabharatanews

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିପାତ

mahabharatanews