ଭାରତ

ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

(ଦିଲ୍ଲୀ): ମଦ ଦୁର୍ନୀକି ମାମଲାରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଜି ଇଡି ରିମାଣ୍ତ ଅବଧି ଶେଷ ହେବା ପରେ ତାଙ୍କୁ ଦିଲ୍ଲୀର ଏକ କୋର୍ଟ କେଜ୍ରିୱାଲଙ୍କୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

ସୂଚନାନୁଯାୟୀ , ଆଜି କୋର୍ଟରେ ହାଜର ହେବା ପୂର୍ବରୁ କେଜ୍ରିୱାଲ ସିଧା ସଳଖ ମୋଦିଙ୍କୁ ଟାର୍ଗେଟ୍ କରି କହିଥିଲେ, ପ୍ରଧାନମନ୍ତ୍ରୀ ଯାହା କରୁଛନ୍ତି କିଛି ଠିକ୍ କରୁନାହାଁନ୍ତି । ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା । ଯାହା ପରେ ତାଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରଥମେ ଇଡି ରିମାଣ୍ତରେ ନେଇଥିଲା । ଯାହା ପରେ ପୁଣି ରିମାଣ୍ତ ଅବଧି ବଢାଯାଇ ୧ ଏପ୍ରିଲ୍ କରିବା ପାଇଁ କୋର୍ଟଙ୍କ ଅନୁମତି ମାଗିଥିଲା ଇଡି । ସେହିପରି ଆଜି କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪,୧୯୪ ଆକ୍ରାନ୍ତ ଚିହ୍ନଟ ଓ ୨୫୫ ଜଣ ମୃତ

mahabharatanews

‘ମଣିପୁରର ମଜା ଉଡାଇବା ମୋଦିଙ୍କୁ ଶୋଭା ଦେଉନଥିଲା ‘; ରାହୁଲ ଗାନ୍ଧୀ 

mahabharatanews

“ତାଙ୍କ ସରକାର ଯେକୌଣସି ସମୟରେ ମଧ୍ୟ ଭାଙ୍ଗି ଯାଇପାରେ “: କଙ୍ଗନା

mahabharatanews