ଭାରତ

ସାଂସଦ ସଞ୍ଜୟ ସିଂଙ୍କୁ ଜାମିନ

(ଦିଲ୍ଲୀ) : ୬ମାସ ପରେ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ମିଳିଲା ଜାମିନ । ସୁପ୍ରିମକୋର୍ଟର ତିନିଜଣିଆ ଖଣ୍ଡପୀଠ ଆଜି ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ସୂଚନାନୁଯାୟୀ, ଦିଲ୍ଲୀର ଅବକାରୀ ନୀତି ସହ ଜଡିତ ଦୁର୍ନୀତି ମାମଲାରେ ସେ ୬ମାସ ଜେଲରେ ଥିଲେ। ଏବେ ଜାମିନ ମିଳିବା ସହ ସେ ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିପାରିବେ ବୋଲି କହିଛନ୍ତି କୋର୍ଟ। ସଞ୍ଜୟ ସିଂଙ୍କୁ ଗତ ବର୍ଷ ଅକ୍ଟୋବର ୪ରେ ଇଡି ଗିରଫ କରିଥିଲା। ୩ମାସ ଜେଲରେ ରହିବା ପରେ ହାଇକୋର୍ଟରେ ଆପ୍ ସାଂସଦ ଜାମିନ ଆବେଦନ କରିଥିଲେ। ହେଲେ ଇଡି ଏହାକୁ ବିରୋଧ କରିଥିଲା। ହାଇକୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ସଞ୍ଜୟ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ।

Related posts

ଜେପି ନଡ୍ଡା ରାଜ୍ୟସଭା ନେତା ନିର୍ବାଚିତ

mahabharatanews

ବିଶ୍ୱ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩, ୮୦୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews