ଭାରତ

ଅଚାନକ ଅଗ୍ନିକାଣ୍ଡରେ ୭ ମୃତ

(ମହାରାଷ୍ଟ୍ର) : ଅଚାନକ ଅଗ୍ନିକାଣ୍ଡରେ ଗଲା ୭ଜୀବନ। ବୁଧବାର ସକାଳେ ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ଅତି କମରେ ୭ଜଣଙ୍କର ମୃତ୍ୟୁ ଘଟିଛି। ଏହି ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଦୁଇ ଶିଶୁ ଅଛନ୍ତି ବୋଲି ପୁଲିସ ସୂଚନା ଦେଇଛି।

ସୂଚନାନୁଯାୟୀ , ଭୋର ପ୍ରାୟ ୪ଟା ସମୟରେ ଏକ ପୋଷାକ ଦୋକାନରେ ନିଆଁ ଲାଗିବା ପରେ ୭ଜଣ ଅଣନିଶ୍ବାସୀ ହୋଇ ମୃତ୍ୟୁବରଣ କରିଥିଲେ। “ଭୋର ପ୍ରାୟ ୪ଟା ସମୟରେ ଛତ୍ରପତି ସମ୍ଭାଜୀ ନଗରର କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ଏକ ପୋଷାକ ଦୋକାନରେ ନିଆଁ ଲାଗିଯାଇଥିଲା। ନିଆଁ ଦ୍ୱିତୀୟ ମହଲାରେ ପହଞ୍ଚି ପାରି ନଥିଲେ ବି ୭ଜଣ ଧୂଆଁ ପାଇଁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିବା ଆମେ ସନ୍ଦେହ କରୁଛୁ। ଏବେ ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରାଯାଇଛି। ”

Related posts

ଆଜି ନିର୍ବନ୍ଧ କରିବେ ପରିଣୀତି ରାଘବଙ୍କ

mahabharatanews

ଏକାଧିକ ଏଲପିଜି ସିଲିଣ୍ଡର ବିସ୍ଫୋରଣ 

mahabharatanews

ଗୋଟିଏ ଫ୍ରେମରେ ଅମ୍ବାନୀଙ୍କ ପୂରା ପରିବାର

mahabharatanews