ବିଶ୍ୱ

ଚୀନ୍‌ରେ ଭୂମିକମ୍ପ 

(ଚୀନ୍‌): ସକାଳୁ ସକାଳୁ ଚୀନ୍‌ର କିଙ୍ଘଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ଥିଲା ବୋଲି ଚୀନ୍ ଭୂକମ୍ପ ନେଟୱାର୍କ କେନ୍ଦ୍ର (ସିଇଏନସି) ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ , ଭୂକମ୍ପ ଉତ୍ତର-ପଶ୍ଚିମ ଚୀନ୍‌ର କିଙ୍ଘଇ ପ୍ରଦେଶର ମାଙ୍ଗ୍ୟା ସହରରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା। ତେବେ ଭୂକମ୍ପ ଯୋଗୁ ଏପର୍ଯ୍ୟନ୍ତ କାହାର ପ୍ରାଣ ହରାଇଥିବାର ଖବର ମିଳି ନାହିଁ।  ଗୁରୁବାର ସ୍ଥାନୀୟ ସମୟ ସକାଳ ୯ଟାରେ ଭୂକମ୍ପ ଘଟିଛି। ଭୂକମ୍ପ ହେବାରୁ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

Related posts

ଆଜି ବିଶ୍ୱ ହସ୍ତୀ ଦିବସ

mahabharatanews

ପରଲୋକରେ ନୋବେଲ ପୁରସ୍କାର ପ୍ରାପ୍ତ ବୈଜ୍ଞାନିକ ପିଟର ହିଗ୍ସ

mahabharatanews

ପରଲୋକରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ବ୍ରାଏନ୍ ମଲ୍ରୋନି

mahabharatanews