ଓଡିଶା

କଂଗ୍ରେସରୁ ଇସ୍ତଫା ଦେଲେ ବରିଷ୍ଠ ନେତା ବାପି ସର୍ଖେଲ

(ଭୁବନେଶ୍ୱର) : ପୁଣି ରାଜ୍ୟ କଂଗ୍ରେସକୁ ଝଟକା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପାରାଦୀପର ବରିଷ୍ଠ ନେତା ବାପି ସର୍ଖେଲ। ପିସିସି ସଭାପତିଙ୍କ ନିକଟକୁ ସେ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। କିଛିଦିନ ତଳେ ବାପିଙ୍କ ସ୍ତ୍ରୀ ମନିଦୀପା କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିବା ବେଳେ ଆଜି ବାପି କଂଗ୍ରେସ ଛାଡ଼ିଛନ୍ତି।

ସୂଚନାନୁଯାୟୀ , ଯାହାକୁ ନେଇ ରାଜନୈତିକ ମହଲରେ ଖୁବ୍‌ ଚର୍ଚ୍ଚା ହେଉଛି। ୨୦୧୪ ଓ ୨୦୧୯ ମସିହାରେ ବାପି ସର୍ଖେଲ କଂଗ୍ରେସ ଟିକେଟରୁ ପାରାଦୀପ ବିଧାନସଭା ଆସନରୁ ଲଢ଼ି ପରାସ୍ତ ହୋଇଥିଲେ। ଏହାପରେ ପାଖାପାଖି ୩ ବର୍ଷ ହେଲାଣି କଂଗ୍ରେସରେ ଥିଲେ ବି ସେ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ। ୧୫ ଦିନ ତଳେ ତାଙ୍କ ସ୍ତ୍ରୀ ମନିଦୀପା ସର୍ଖେଲ ବିଜେଡିରେ ଯୋଗ ଦେଇଥିବା ବେଳେ ଆଜି ସେ କଂଗ୍ରେସ ଛାଡ଼ିଛନ୍ତି। ତେବେ ଏହାପରେ ଏବେ ସେ କେଉଁଠିକୁ ଯିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

 

Related posts

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

କରୋନା: ୫ ସ୍କୁଲରେ ଚାଲିଛି ନମୁନା ସଂଗ୍ରହ

mahabharatanews

ଅଦିନିଆ ବର୍ଷାରେ ଭିଜିଲା ଓଡିଶା

mahabharatanews