(ମୁମ୍ବାଇ) : ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ନିଜ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟେରେ ଅଭିନେତ୍ରୀ ନିଜ ପ୍ରେମିକ ମାଥିଆସ୍ ବୋଙ୍କୁ ବିବାହ କରିଛନ୍ତି, ଯାହା ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ସୂଚାନନୁଯାୟୀ , ଏହି ଭିଡିଓରେ, ତାପସୀ ପନ୍ନୁ ଏକ ଲାଲ୍ ରଙ୍ଗରେ ସୁଟ୍ ପିନ୍ଧିଥିବାର ଦେଖିବା ପାଇଁ ମିଳୁଛି ସେ, ଡ୍ୟାନ୍ସ କରି ବିବାହ ମଣ୍ତପକୁ ଏଣ୍ଟ୍ରି କରୁଥିବା ନଜର ଆସୁଛନ୍ତି । ବର୍ତ୍ତମାନ ଅଭିନେତ୍ରୀଙ୍କ ସଂଗୀତ ସମାରୋହର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏହି ଦମ୍ପତି ଏପର୍ଯ୍ୟନ୍ତ ଅଫିସିଆଲି ନିଜ ବିବାହକୁ ନେଇ କିଛି ଘୋଷଣା କରି ନାହାଁନ୍ତି । ଏପରିକି ବିବାହର କିଛି ଫଟୋ ମଧ୍ୟ ସେୟାର କରି ନାହାଁନ୍ତି । ହେଲେ ବର୍ତ୍ତମାନ ଉଭୟଙ୍କ ବିବାହର ଅନେକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।