(ଭୁବନେଶ୍ୱର) : ତାତିରେ ସିଝୁଛି ରାଜଧାନୀ । ପ୍ରଚଣ୍ଡ ଖରା ସହ ଅସହ୍ୟ ତାତିରେ କଲବଲ ହେଉଛି ସାରା ଓଡ଼ିଶା । ଉପକୂଳରୁ ଉପାନ୍ତ ଏବଂ ଉତ୍ତରରୁ ଦକ୍ଷିଣ ସବୁଆଡ଼େ ତାତିର ପ୍ରକୋପ । ଏମିତିକି ଖରାରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଏଥି ମଧ୍ୟରେ ଦିନ ସାଢେ ୧୧ସୁଦ୍ଧା ରାଜଧାନୀ ପାଲଟିଛି ଉତ୍ତପ୍ତ ସହର । ଭୁବନେଶ୍ୱରରେ ତାପମାତ୍ରା ୩୯.୮ଡିଗ୍ରୀ ଛୁଇଁଛି ।
ସୂଚନାନୁଯାୟୀ, ସେହିପରି କେନ୍ଦୁଝରରେ ୩୯.୨ଡିଗ୍ରୀ, ବାଲେଶ୍ୱରରେ ୩୮, ଝାରସୁଗୁଡାରେ ୩୮, ରାଉରକେଲାରେ ୩୭.୮, ଚାନ୍ଦବାଲିରେ ୩୭.୪, ସମ୍ବଲପୁରରେ ୩୭.୪, ହୀରାକୁଦରେ ୩୬.୬ ଡିଗ୍ରୀ ପରେ ରହିଛି ପାରଦ । ଏହା ବାଦ୍ ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ 32 ଓ ଗୋପାଳପୁରରେ ୩୧.୮ ଡିଗ୍ରୀ ଛୁଇଁଛି ପାରଦ । ଦିନ ୧୧ରୁ ସାଢ଼େ ୩ ପର୍ଯ୍ୟନ୍ତ ଶ୍ରମିକଙ୍କୁ କାମ କରିବାକୁ ମନା; ପର୍ଯ୍ୟାପ୍ତ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦେଇ ଏ ନେଇ ମାର୍ଗଦର୍ଶିକା ଜାରି କରିଛି ଜନସ୍ୱାସ୍ଥ୍ୟ ବିଭାଗ ।