ଭାରତ

ମଦ୍ରାସାରେ ଜାରି ରହିବ ପାଠପଢା

(ଉତ୍ତର ପ୍ରଦେଶ ) : ଉତ୍ତର ପ୍ରଦେଶ ସରକାର ଆଣିଥିବା ମଦ୍ରାସା ଆଇନକୁ ନେଇ ସୁପ୍ରିମକୋର୍ଟ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ୟୁପି’ର ୧୬ ହଜାର ମଦ୍ରାସାର ୧୭ ଲକ୍ଷ ଛାତ୍ରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି । ଆଜି ସୁପ୍ରିମକୋର୍ଟ କହିଛନ୍ତି ଯେ, ଏହା ଧର୍ମନିରପେକ୍ଷତାର ଉଲ୍ଲଂଘନ ବୋଲି କହିବା ଠିକ୍ ନୁହେଁ। ୟୁପି ସରକାର ନିଜେ ହାଇକୋର୍ଟରେ ଏହି ଆଇନକୁ ରକ୍ଷା କରିଥିଲେ।

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ଶିକ୍ଷା ୨୦୦୪ ଆଇନ ଅନୁଯାୟୀ ମଦ୍ରାସାଗୁଡ଼ିକରେ ପାଠପଢା ଜାରି ରହିବ । ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ରହିଛନ୍ତି। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ବୋର୍ଡ ଅଫ୍ ମଦ୍ରାସା ଏଡୁକେସନ ଆକ୍ଟ ୨୦୦୪ ଅସାମ୍ବିଧାନିକ ଓ ଏକା ଧର୍ମନିରପେକ୍ଷର ମୂଳ ନୀତିକୁ ଉଲ୍ଲେଙ୍ଘନ କରୁଛି ସେଥି ପାଇଁ ଉକ୍ତ ଆଇନ୍ ଧର୍ମନିରପେକ୍ଷର ବିରୋଧୀ ବୋଲି କୋର୍ଟ କହିଛନ୍ତି ।

Related posts

ଆଜି ଅଷ୍ଟମ ଅନ୍ତର୍ଜାତୀୟ ଯୋଗ ଦିବସ

mahabharatanews

କେଜ୍ରିୱାଲଙ୍କୁ ଅଷ୍ଟମ ସମନ ପଠାଇଲା ଇଡି

mahabharatanews

ବଢୁଛି ବାଘ ମୃତ୍ୟୁ ସଂଖ୍ୟା : ଲଗାତାର ଗଲାଣି ୩ ଜୀବନ

mahabharatanews