ଓଡିଶା

ଜେଜେଙ୍କ ପିଣ୍ଡ ଦାନ କରିବାକୁ ଆସି ଚାଲିଗଲା ନାତିର ଜୀବନ

(କଟକ) : ପୁଣି କଟକ ମହାନଦୀରେ ଅଭାବନୀୟ ଘଟଣା । ଜେଜେଙ୍କ ପିଣ୍ଡ ଦାନ କରିବାକୁ ଆଜି ଚାଲିଗଲ ନାତିର ଜୀବନ । କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।

ସୂଚନାନୁଯାୟୀ , ତେବେ ସେ ହେଉଛନ୍ତି ରୂପକ ବାନାର୍ଜୀ (୨୧)। ସେ ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ବିଟେକ କରୁଥିଲେ। ତାଙ୍କ ଘର କଟକର ସିଡିଏ-୬ରେ। ୧୦ ଦିନ ତଳେ ରୂପକଙ୍କ ଜେଜେଙ୍କ ଦେହାନ୍ତ ହୋଇଯାଇଥିଲା। ଆଜି ଦଶତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ହାତୀଗଡ଼ା ଘାଟକୁ ଆସିଥିଲେ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିବା ବେଳେ ରୂପକ ଅଚାନକ ନଦୀକୂଳରେ ଥିବା ଏକ ଉଚ୍ଚସ୍ଥାନରୁ ନଦୀକୁ ଡେଇଁ ପଡ଼ିଥିଲେ। ତା’ପରେ ସେ ନିଖୋଜ ହୋଇଯାଇଥିଲେ।ପରେ  ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରିବା ପରେ ରୂପକ ବାନାର୍ଜୀଙ୍କ ମୃତଦେହ ମିଳିଥିଲା।

Related posts

ବିପଦରେ ବନ୍ୟଜନ୍ତୁ, ଢିଲା ମାରୁଛନ୍ତି ବନ ବିଭାଗ

mahabharatanews

ଓମଫେଡ ଲିଟର ପିଛା 4 ଟଙ୍କା ବୃଦ୍ଧି

mahabharatanews

କୋଟି କୋଟି ଟଙ୍କାରେ ଧୂଆ ହୋଇଛି ମେଡିକାଲ ବେଡସିଟ୍

mahabharatanews