ଓଡିଶାପାଣିପାଗ

ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ତାପମାତ୍ରା

ଭୁବନେଶ୍ୱର: ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଉପକୂଳରୁ ଉପାନ୍ତ ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବ ଜଗତକୁ ଅତିଷ୍ଠ କଲାଣି । ଏହାରିଭିତରେ ପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ମଧ୍ୟରେ ରାଜ୍ୟରେ ୮ ଡିଗ୍ରୀ ପର୍ଯ୍ୟନ୍ତ ତାପାତ୍ରା ବୃଦ୍ଧି ପାଇବ। ଏହାଦ୍ୱାରା ରାଜ୍ୟରେ ପୁଣି ଗୋଟିଏ ପର୍ଯ୍ୟାୟ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ଏଥିପାଇଁ ପ୍ରଥମେ ୧୪ ତାରିଖ ରାତିରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବା ବେଳେ ୧୫ ତାରିଖରୁ ଗ୍ରୀଷ୍ମ ଲହରୀ ଆରମ୍ଭ ହେବ। ୧୪ ରାତିରେ କଟକ ନୟାଗଡ଼, ବୌଦ୍ଧ, ଅନୁଗୁଳ ଓ ଖୋର୍ଦ୍ଧା ପ୍ରମୁଖ ଜିଲ୍ଲାରେ ଉଷ୍ମ ରାତି ଅନୁଭୂତ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିଛି। ସେହିପରି, ୧୫ ତାରିଖରୁ ବିଭିନ୍ନ ଜିଲ୍ଲାରେ ହିଟ୍‌ ୱେଭ୍‌ ସ୍ଥିତି ଆଶଙ୍କା କରି ପାଣିପାଗ କେନ୍ଦ୍ର ଆଲର୍ଟ ଜାରି କରିଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଆସନ୍ତା ୧୫ ତାରିଖଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ର ବଢ଼ିବ ଓ ୧୬ ପରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବ। ଶୁକ୍ରବାର ରାଜ୍ୟରୁ ସଂଲଗ୍ନ ବଙ୍ଗୋପସାଗରରୁ ଆର୍ଦ୍ର ଦକ୍ଷିଣା ପବନ ବହୁଥିଲା। ସୃଷ୍ଟ ଗୁରୁଚାପ ପଶ୍ଚିମା ପବନ ଆସିବାକୁ ଦେଉ ନଥିଲା। ୧୫ରୁ ଏହା କ୍ରମଶଃ ଦକ୍ଷିଣ ବଙ୍ଗୋପସାଗର ମୁହାଁ ହେବ। ରାଜ୍ୟକୁ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ବହିବ ଓ ତାପମାତ୍ରା ବୃଦ୍ଧି ପାଇବ। ଭୁବନେଶ୍ୱର ସମେତ ଉପକୂଳରେ କେତେକ ଅଞ୍ଚଳରେ ତାପାତ୍ରା ୧୫ ସୁଦ୍ଧା ୪୦ ନିକଟତର ଓ ୧୬ରେ ୪୦ ଡିଗ୍ରୀ ପାର୍‌ କରିପାରେ। ୧୮-୧୯ରେ ତାପମାତ୍ରା ଅହେତୁକ ଭାବେ ବଢ଼ି ୪୩ ଡିଗ୍ରୀ ପର୍ଯ୍ୟନ୍ତ ଅତିକ୍ରମ କରିପାରେ। ଏହାଯଗୁଁ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗୁଳୁଗୁଳି ହେବ।

Related posts

ଆରବ ସାଗରରେ ଲଘୁଚାପ ,ବାତ୍ୟା ଆଶଙ୍କା

mahabharatanews

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କ ସୁନାବେଶ

mahabharatanews

ହଟସ୍ପଟ ଜିଲ୍ଲ। ରୋଗୀଙ୍କ ଚିକିତ୍ସା ନ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews