(ମୁମ୍ବାଇ) : ସାଉଥ ସୁପରଷ୍ଟାର ରାମଚରଣଙ୍କୁ ନେଇ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଶୁଣିବା ପରେ ପ୍ରଶଂସକମାନେ ବେଶ ଖୁସି ହେଉଥିବା ଦେଖିବାକୁ ମିଳିଛି । ବାସ୍ତବରେ, ତେଲଗୁ ଓ ହିନ୍ଦୀ ଫିଲ୍ମର ସୁପରଷ୍ଟାର ରାମ ଚରଣ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଚେନ୍ନାଇ ୱେଲ୍ସ ବିଶ୍ୱବିଦ୍ୟାଳୟରେ ତାଙ୍କୁ ଲିଟରେଚରରେ ସମ୍ମାନଜନକ ଡକ୍ଟରେଟ ପ୍ରଦାନ କରାଯାଇଛି। ନେଇ ଅଭିନେତା ନିଜେ ସୋସିଆଲ ମିଡ଼ିଆରେ ଏହି ସୂଚନା ଦେଇଛନ୍ତି ।
ସୂଚନାନୁଯାୟୀ , ୩୯ ବର୍ଷ ବୟସରେ ସେ ଏହି ଡିଗ୍ରୀ ହାସଲ କରିଛନ୍ତି। ଏରାମ ଚରଣ ଏହି ସ୍ନାତକୋତ୍ତର ସମାରୋହର କିଛି ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋ ପୋଷ୍ଟ କରି ଅଭିନେତା ଲେଖିଛନ୍ତି, ‘ୱେଲ୍ସ ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍ ଡିଗ୍ରୀ ପାଇଁ ମୁଁ ବହୁତ ଖୁସି । ଏହି ଯାତ୍ରାରେ ମୋ ସହ ଥିବା ସମସ୍ତ ଲୋକଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି ‘।
