ଓଡିଶା

 ଖସିଲା ଯାତ୍ରୀବାହୀ ବସ୍; ୪୦ ଜଣ ଆହତ

(ଯାଜପୁର) :  ଓଭର ବ୍ରିଜ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ୩ ମୃତ ଏବଂ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ   ୪୦ ଜଣ ଆହତ ହୋଇଛନ୍ତି । ଏନଏଚ୍-୧୬ ବାରବାଟୀ ଛକ ନିକଟରେ ବଡ଼ ସଡ଼କ ଦୁର୍ଘଟଣା, ସମସ୍ତ ଆହତଙ୍କୁ ଗୁରୁତର ଅବସ୍ଥାରେ ଧର୍ମଶାଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।

ସୂଚନାନୁଯାୟୀ, ୫ ଜଣ ଗୁରୁତରଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି  । ଉଦ୍ଧାର କାର୍ଯ୍ୟରେ ୧୬ଟି ଆମ୍ବୁଲାନ୍ସ,ନିୟୋଜିତ ଥିବା ବେଳେ ବସକୁ ଉଠାଇବା ପାଇଁ କ୍ରେନ୍ ଘଟଣାସ୍ଥଳରେ ପହଞ୍ଚିଛି । ୫୦ ରୁ ୬୦ ଜଣ ଯାତ୍ରୀ ବସରେ ଯାତ୍ରା କରୁଥିଲେ । ମିଳିଥିବା ଖବର ଅନୁସାରେ ୪୦ ଜଣ ଆହତଙ୍କୁ ଉଦ୍ଧାର କରାଯାଇଛି ଆଉ ଅନେକ ଯାତ୍ରୀ ବସ ତଳେ ଚାପି ହୋଇ ରହିଥିବା ନେଇ ସୂଚନା ରହିଛି ।

Related posts

ସଂଜୀବନୀ ସାଜିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ

mahabharatanews

କୁଆଖାଇ ନଦୀରେ ଭାସିଯାଇ ୨ ଯୁବକ ନିଖୋଜ

mahabharatanews

ବେଦବ୍ୟାସରେ ୫ଟି ସଚିବ ଭିକେ ପାଣ୍ଡିଆନ କଲେ ମନ୍ଦିରରେ ପୂଜାର୍ଚ୍ଚନା

mahabharatanews