ଭାରତ

 “ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ” : ସିନ୍ଦେ

(ବାନ୍ଦ୍ରା): ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସଲମାନ ଖାନ୍‌ଙ୍କ ବାନ୍ଦ୍ରାସ୍ଥିତ ଘର ଉପରକୁ ଲରେନ୍‌ସ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଗୁଳିମାଡ଼ କରିଥିଲେ। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଏହା ଶେଷ ଚେତାବନୀ ବୋଲି ମାଫିଆ ଡନ୍‌ ଲରେନ୍ସ ବିଷ୍ଣୋଇଙ୍କ ଭାଇ ଅନ୍‌ମୋଲ ସାମାଜିକ ଗଣମାଧ୍ୟମରେ ଧମକ ଦେଇଥିଲା।

ଏହି ଘଟଣା ପରେ ସୋମବାର ସଲମାନଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନରେ ପହଞ୍ଚିଥିଲେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଦେଖା କରିବା ପରେ ସିନ୍ଦେ କହିଛନ୍ତି ଯେ, “ମୁଁ ସଲମାନ ଖାନଙ୍କୁ କହିଛି ଯେ ସରକାର ଆପଣଙ୍କ ସହ ଅଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯିବ। କାହାରିକୁ ଛଡ଼ାଯିବ ନାହିଁ। ଏହି ପରି କାହାକୁ ଟାର୍ଗେଟ କରିବା ଉଚିତ ନୁହେଁ। କୌଣସି ଗ୍ୟାଙ୍ଗ କିମ୍ବା ଗ୍ୟାଙ୍ଗ ୱାରକୁ ଅନୁମତି ଦିଆଯିବ ନାହିଁ। ଆମେ ଏହା ହେବାକୁ ଦେବୁ ନାହିଁ। ଆମେ ଲରେନ୍ସ ବିଷ୍ଣୋଇକୁ ଶେଷ କରିବୁ।”

Related posts

ଉଦଘାଟନ ହେଲା ସର୍ବବୃହତ ଶସ୍ୟ ସଂରକ୍ଷଣ ପାଇଲଟ ପ୍ରକଳ୍ପ 

mahabharatanews

କଂଗ୍ରେସରୁ ଇସ୍ତଫା ଦେଲେ ରାଧିକା ଖେଡା 

mahabharatanews

ଆସନ୍ତାକାଲି ‘ଏକତା ପାଇଁ ଦୌଡ଼’

mahabharatanews