ଓଡିଶା

ତାତିରୁ ନାହିଁ ନିସ୍ତାର :ଅସ୍ତବ୍ୟସ୍ତ ଜନଜୀବନ

(ଭୁବନେଶ୍ୱର) : ଆଜି ଦିନ ୨ଟା ୩୦ରେ କେନ୍ଦୁଝରରେ ସର୍ବାଧିକ ୪୩.୫ ଡିଗ୍ରି ରେକର୍ଡ କରାଯାଇଛି। ୨୧ ତାରିଖ ପରେ ତାତିରୁ କିଛି ଦିନ ପାଇଁ ସାମାନ୍ୟ ତ୍ରାହି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ପାଣିପାଗ ବିଭାଗ ନୟାଗଡ଼, ଅନୁଗୁଳୁ, ମୟୁରଭଞ୍ଜ ଓ ବୌଦ୍ଧରେ ଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ସୂଚନାନୁଯାୟୀ , ଆଜି ଝାରସୁଗୁଡାରେ ୪୩.୨, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୬, ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ରାଜଧାନୀ ଭୁବନେଶ୍ୱରରେ ୪୦.୫ ଓ ବାଲେଶ୍ୱରରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଆଜି ୮ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି। ସେହିପରି ପୁରୀରେ ୩୪.୬, ପାରାଦୀପରେ ୩୩.୨ ଓ ଗୋପାଳପୁରରେ ୩୨.୬ ଡିଗ୍ରୀ ତାପମାତ୍ରା ରହିଛି।

Related posts

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ

mahabharatanews

ପ୍ରେମିକ ପାଇଁ ପ୍ରେମିକାର ଥାନା ଆଗରେ ଆତ୍ମହତ୍ୟା ଧମକ

mahabharatanews

ଗଛରେ ପିଟି ହେଲା ବାଇକ୍, ୨ ଯୁବକ ମୃତ

mahabharatanews