ଓଡିଶା

 ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ଲାଗିଛି ନିଆଁ

(ଶିମିଳିପାଳ) : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏଥି ପାଇଁ ପ୍ରଚଣ୍ଡ ଖରାରେ ଜଙ୍ଗଲରେ ନୂଆଁ ଲାଗୁଥିବା ପୂର୍ବାନୁମାନ କରାଯାଉଛି । କେନ୍ଦୁଝରରେ ଜଳୁଛି ଜଙ୍ଗଲ । ଜିଲ୍ଲାର ୩ଟି ରେଞ୍ଜର ୩୬୦ଟି ସ୍ଥାନରେ ନିଆଁ ଲାଗିଥିବା କହିଛନ୍ତି କେନ୍ଦୁଝର ଡିଏଫଓ । ଜଙ୍ଗଲ ମଧ୍ୟରେ ୨୮୦ ସ୍ଥାନରେ ନିଆଁ ଲାଗିଥିବା ବେଳେ ଜଙ୍ଗଲ ବାହାରେ ୮୦ଟି ସ୍ଥାନରେ ନିଆଁ ଲାଗିଛି । ଏହି ସମସ୍ତ ନିଆଁ ମନୁଷ୍ୟକୃତ ହୋଇଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ , ପୋଢୁ ଚାଷ ପାଇଁ, ଶିକାରୀ ତଥା ଜାଳେଣି କାଠ ଓ ମହୁଲ ସଂଗ୍ରହ କରୁଥିବା ଲୋକେ ଜଙ୍ଗଲରେ ନିଆଁ ଲଗାଉଥିବା କହିଛନ୍ତି ଡିଏଫଓ । ସେହିପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମଧ୍ୟ ନିଆଁ ଅଧିକ ବ୍ୟାପିବାରେ ଲାଗିଛି । ବନ ବିଭାଗ ପକ୍ଷରୁ ନିଆଁ ଲାଭାଯାଉଥିବା ବେଳେ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । କେବଳ ଚନ୍ଦକା ଅଭୟାରଣ୍ୟ ନୁହେଁ, ରାଜ୍ୟର ଅନେକ ସ୍ଥାନରେ ଏବେ ବନାଗ୍ନିର ପ୍ରକୋପ। ଶିମିଳିପାଳଠୁ ଆରମ୍ଭ କରି କେନ୍ଦୁଝର ଯାଏଁ ସବୁଠି ଜଙ୍ଗଲକୁ ଗ୍ରାସ କଲାଣି ବନାଗ୍ନି।

Related posts

ସିଦ୍ଧି ବିନାୟକ ବିଦ୍ୟାମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳିତ

mahabharatanews

ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ ହଜାର ସହାୟତା

mahabharatanews

ଆଜିଠୁ ଆରମ୍ଭ ହେଉଛି ଓଡ଼ିଆ ବିଶ୍ଵ ଭାଷା ସମ୍ମିଳନୀ 

mahabharatanews