ଭାରତ

 କନ୍ନୌଜରୁ ନିର୍ବାଚନ ଲଢିବେ ସୁପ୍ରିମୋ ଅଖିଲେଶ ଯାଦବ

(ଦିଲ୍ଲୀ)  : ସମାଜବାଦୀ ପର୍ଟ୍ଟି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗୁରୁବାର ମଧ୍ୟାହ୍ନ ୧୨ ଟାରେ ନାମାଙ୍କନପତ୍ର ଦାଖଲ କରାଯିବ । ଏହାପୂର୍ବରୁ ସମାଜବାଦୀ ପର୍ଟ୍ଟି ତେଜ ପ୍ରତାପ ଯାଦବଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଥିଲେ । ବର୍ତ୍ତମାନ ଅଖିଳେଶ ଯାଦବ ଏହି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

 ଦୁଇ ଦିନ ପୂର୍ବେ ସମାଜବାଦୀ ପାର୍ଟି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଜ୍ୱାଇଁ ତେଜ ପ୍ରତାପ ଯାଦବଙ୍କୁ କନ୍ନୌଜ ଟିକେଟ ଦେଇଥିଲେ । ତେଜ ପ୍ରତାପ ଯାଦବ ଅଖିଳେଶଙ୍କ ଭଣଜା । ତେଜ ପ୍ରତାପ ମଧ୍ୟ ଆଜି ତାଙ୍କ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ କିନ୍ତୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଅଖିଳେଶ ଯାଦବ ଗୁରୁବାର ଦିନ କନ୍ନଜ ଲୋକସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ଏସପି ସାଧାରଣ ସମ୍ପାଦକ ତଥା ରାଜ୍ୟ ସଭା ଏମପି ରାମ ଗୋପାଳ ଯାଦବ ଘୋଷଣା କରିଛନ୍ତି ଯେ ଅଖିଳେଶ କେବଳ କନ୍ନୌଜରୁ ନିର୍ବାଚନ ଲଢିବେ ।

Related posts

ଟିଏମସି ସାଂସଦ ତଥା ଅଭିନେତ୍ରୀ ନୁସରତ ଜହାନଙ୍କୁ ଇଡି ସମନ  

mahabharatanews

ଉତ୍ତରାଖଣ୍ଡରେ ଭୂସ୍ଖଳନ; ବଦ୍ରିନାଥକୁ   ଯୋଗାଯୋଗ ବିଚ୍ଛିନ୍ନ

mahabharatanews

ଅଲିମ୍ପିକ୍ସ ପଦକ ବିଜେତା କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ  ନିଲମ୍ବିତ 

mahabharatanews