ଓଡିଶା

ତାତିରେ ସିଝୁଛି ସାରା ଓଡିଶା 

(ଭୁବନେଶ୍ୱର) : ପ୍ରବଳରୁ ଅତି ପ୍ରବଳ ଖରା । ଡହ ଡହ ଖରାରେ ସିଝୁଛି ସାରା ଓଡିଶା । ଆଜିଠୁ ଆହୁରି ୨ ଦିନ ସିଭିୟର ହିଟ ୱେଭ ବା ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ପାଇଁ ୧୧ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନାନୁଯାୟୀ ,  ସେପଟେ ଆହୁରି ୨ ଦିନ ଯାଏଁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଦେଇଛି ପାଣିପାଗ ବିଭାଗ ।  ରାଜଧାନୀ ଭୁବନେଶ୍ୱର ଦଶମ ସ୍ଥାନରେ ରହିଛି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ X ରେ ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ । ଗତକାଲି ତାପମାତ୍ରା ୪୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ତା’ ତଳକୁ ରହିଛି ଓଡ଼ିଶାର ବାରିପଦା। ଏଠାରେ ୪୬.୪ ଡିଗ୍ରୀ ରେକର୍ଡ କରାଯାଇଛି। ତୃତୀୟ ସ୍ଥାନରେ ରହିଛି ବାଲେଶ୍ୱର। ଏଠାରେ ତାପମାତ୍ରା ୪୬.୦ ଡିଗ୍ରୀ ରେକର୍ଡ କରାଯାଇଛି। ଚତୁର୍ଥ ସ୍ଥାନରେ ରହିଥିଲା ଆଫ୍ରିକାର ନଦ୍‌ଜାମେନା।

Related posts

ସୁରତରେ ଫସିଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ପାଇଁ ଖାଦ୍ୟ ପହଞ୍ଚାଇଲେ କେଦ୍ରମନ୍ତ୍ରୀଧର୍ମେଦ୍ର ପ୍ରଧାନ 

mahabharatanews

ନବ କୁଣ୍ଡିୟ ବିରଜା ମହାଯଜ୍ଞ ପାଇଁ ପ୍ରସ୍ତୁତି ନେଇ ସାମ୍ୱାଦିକ ସମ୍ମିଳନୀ

mahabharatanews

ଅଗ୍ନିକାଣ୍ଡ ଘଟି ଜଳିଗଲା ସମ୍ବଲପୁର କୁଚିଣ୍ଡା ବାମରା ନିକଟ ଶୀତଳ ଭଣ୍ଡାର

mahabharatanews