(ମୁମ୍ବାଇ) : ବଲିଉଡ ଇଣ୍ଡଷ୍ଟ୍ରିରରେ ପ୍ରତ୍ୟେକ ଦିନ ଅନେକ କଳାକାର ‘Deefake Video’ ଭିଡିଓର ଶିକାର ହେଉଛନ୍ତି । ନିକଟରେ କ୍ୟାଟ୍ରିନା କୈଫଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଏଥିରେ ଅଭିନେତ୍ରୀ ଫ୍ରେଞ୍ଚ୍ ଭାଷାରେ କଥା ହେଉଥିବାର ଦେଖିବାକୁ ମିଳୁଛି । ଏପରି ଭିଡିଓ ଅଭିନେତ୍ରୀଙ୍କର ଜଣେ ପ୍ରଶଂସକ ସେୟାର କରିଛନ୍ତି ।
ସୂଚନାନୁଯାୟୀ , ଏହି ଭିଡିଓ ୨୦୧୭ ମସିହାର ଯେତେବେଳେ କ୍ୟାଟ୍ରିନା କୈଫ ଏବଂ ସଲମାନ ଖାନ ମୁମ୍ବାଇର ରଣଥୋମ୍ବାରର ବିନା କାକଙ୍କ ପୁସ୍ତକ ସାଇଲେଣ୍ଟ ସେଣ୍ଟିନେଲର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ବିଶେଷ ଉତ୍ସବରେ ସଲମାନ ଖାନଙ୍କ ପିତା ତଥା ଲେଖକ ସଲିମ ଖାନ ମଧ୍ୟ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଅଭିନେତ୍ରୀଙ୍କ ଏହି ପୁରୁଣା ଭିଡିଓ ତାଙ୍କ ଫ୍ୟାନ୍ ପେଜରେ ସେୟାର କରାଯାଇଛି। ଯେଉଁଥିରେ କ୍ୟାଟ୍ରିନା ଫ୍ରେଞ୍ଚ୍ ଭାଷାରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ହାଇଦ୍ରାବାଦକୁ ଭେଟିବ ରାଜସ୍ଥାନ ରୟାଲ୍ସ ଏହି ଭାଇରାଲ ଭିଡିଓ ପ୍ରଶଂସକଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଛି ।
