ମନୋରଞ୍ଜନ

କରୀନାଙ୍କ ସହ ହସ୍ପିଟାଲରେ ସୈଫ

(ମୁମ୍ବାଇ) : ହଠାତ୍ ଡାକ୍ତରଖାନାରେ ଭର୍ତ୍ତି ହେଲେ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍ ଅଲି ଖାନ। ଆଜି ସକାଳେ ଅଭିନେତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୈଫଙ୍କ ଆଣ୍ଠୁ ଏବଂ କାନ୍ଧରେ ଆଘାତ ଲାଗିଥିବା ବେଳେ ଆଜି ତାଙ୍କର ଅସ୍ତ୍ରୋପଚାର କରାଯାଇଛି।

ସୂଚନାନୁଯାୟୀ , ଯଦି ଆମେ ସୈଫ ଅଲି ଖାନଙ୍କ ପେସାଦାର ଜୀବନକୁ ଦେଖିବା ତେବେ ସେ ବର୍ତ୍ତମାନ ସାଉଥ୍ ଫିଲ୍ମ ‘ଦେବରା’ରେ କାମ କରୁଛନ୍ତି। ତେବେ ସୈଫ କିପରି ଆହତ ହୋଇଥିଲେ ସେ ସମ୍ପର୍କରେ ସୂଚନା ମିଳିପାରି ନାହିଁ। ଅସ୍ତ୍ରୋପଚାର ପାଇଁ ସୈଫଙ୍କ ସହ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିବା ଜଣାପଡ଼ିଛି।

Related posts

ଇଦରେ ସଲମାନଙ୍କ ଘର ଆଗରେ ଲାଠିଚାର୍ଜ 

mahabharatanews

ମୋଦୀ ଷ୍ଟାଡିୟମରେ ଅନୁଷ୍କା ଶର୍ମା

mahabharatanews

 ଓଟିଟି ପ୍ଲାଟଫର୍ମରେ ‘ପୁଷ୍ପା-୨’

mahabharatanews