ମନୋରଞ୍ଜନ

ଡିପ୍‌ଫେକ୍‌ ଭିଡିଓ ମାମଲାର ଶିକାର ହେଲେ ଅଭିନେତ୍ରୀ ଆଲିଆ  

(ମୁମ୍ବାଇ) : ଦିନକୁ ଦିନ ମାତିବାରେ ଲାଗିଛି  ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଡିପ୍‌ଫେକ୍‌ ଭିଡିଓ । ଯାହା ଚିନ୍ତାର ବିଷୟ ପାଲଟିଛି । ଡିପ୍‌ଫେକ୍ ଭିଡିଓ ପ୍ରସ୍ତୁତ କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଅପବ୍ୟବହାର କରାଯାଉଛି। ପୂର୍ବରୁ ଏହାର ଶିକାର ଅଭିନେତ୍ରୀ ରଶ୍ମିକା ମନ୍ଦନା, କ୍ୟାଟ୍ରିନା କୈଫ୍ ଓ କାଜୋଲ ହୋଇସାରିଥିବା ବେଳେ ଏବେ ଏହାର ଶିକାର ହୋଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ।

ସୂଚନାନୁଯାୟୀ, ଆଲିଆଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେଉଥିବା ବେଳେ ଭିଡିଓରେ ସେ ଅଶ୍ଲୀଳ ଈଶାରା କରୁଥିବା ଦେଖିବାକୁ ମିଳିଛି। ଏକ ଛିଟ ସ୍ଲିଭଲେସ୍ ଫ୍ରକ୍ ପିନ୍ଧି ଅଶ୍ଳୀଳ ଅଙ୍ଗଭଙ୍ଗୀ କରୁଥିବା ଅବସ୍ଥାରେ ଦେଖିବାକୁ ମିଳିଛନ୍ତି ଆଲିଆ। ତେବେ ଏଭଳି ଡିପଫେକ୍ ଭିଡିଓ ସମ୍ପର୍କରେ କେନ୍ଦ୍ର ସରକାର କହିଥିଲେ ଯେ, ଫେକ୍ ଭିଡିଓ କରି ଏହାକୁ ପୋଷ୍ଟ କଲେ ‌ଦୋଷୀକୁ ୧ଲକ୍ଷ ଟଙ୍କା ଜରିମାନା ଏବଂ ତିନି ବର୍ଷ ଜେଲ ଦଣ୍ଡ ଦିଆଯିବ।

Related posts

ବିଜୟଙ୍କୁ ଇର୍ଷା କରୁଥିବା ଚର୍ଚ୍ଚାରେ ଗଣମାଧ୍ୟମକୁ ଡାକି ପ୍ରତିକ୍ରିୟା ରଖିଲେ…

mahabharatanews

ଫିଲ୍ମ ‘ଜୱାନ’ର ପ୍ରଥମ ସୋ’ଦେଖିବେ ସଲମାନ

mahabharatanews

“ଭାରତ ଆସିଲେ ରାକ୍ଷୀ ୨ ଘଣ୍ଟା ଭିତରେ ଗିରଫ ହେବେ” : ଆଦିଲ   

mahabharatanews