ଭାରତ

ରାଏବରେଲିରୁ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କଲା ବିଜେପି  

(ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ରାଏବରେଲି ଲୋକସଭା ଆସନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ଘୋଷଣା କରିଛି। ଦଳ ଦିନେଶ ପ୍ରତାପ ସିଂହଙ୍କୁ ପ୍ରାର୍ଥୀ କରିଛି।

ସୂଚନାନୁଯାୟୀ , ଦିନେଶ ପୂର୍ବରୁ ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ସଭାପତି ତଥା ରାଏବରେଲିର ପୂର୍ବତନ ସାଂସଦ ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ ଲଢ଼ିଥିଲେ। ପ୍ରିୟଙ୍କା ଗାନ୍ଧି ଏହି ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଥିବାବେଳେ, ଏବେ କୁହାଯାଉଛି ଯେ ପ୍ରିୟଙ୍କା ଏଥର ନିର୍ବାଚନ ଲଢିବେ ନାହିଁ । କେନ୍ଦ୍ରୀୟ ନିର୍ବାଚନ କମିଟି ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ୧୭ତମ ତାଲିକାରେ ଦୁଇଟି ନାମକୁ ଅନୁମୋଦନ କରିଛି। ରାୟବରେଲି ବ୍ୟତୀତ ବିଜେପି କୈସରଗଞ୍ଜରୁ ମଧ୍ୟ ପ୍ରାର୍ଥୀ କରିଛି। ବିଜେପି ଏହି ଆସନରୁ କରଣ ଭୂଷଣ ସିଂହଙ୍କୁ ପ୍ରାର୍ଥୀ କରିଛି।

Related posts

ବଣ୍ଡ୍‌ ମାମଲା: ୨୧ ସୁଦ୍ଧା ସବୁ ତଥ୍ୟ ଦେବାକୁ ନିର୍ଦେଶ 

mahabharatanews

ଆଜିଠାରୁ ଶସ୍ତା ହେଲା ଏଲପିଜି ସିଲିଣ୍ଡର ଦର…

mahabharatanews

ଥମୁନି ମଣିପୁର ହିଂସା ; ଜାଳିଦେଲେ ବିଜେପି ଅଫିସ  

mahabharatanews