ଭାରତ

ଜାତୀୟ ପାର୍କରୁ ଚିତା ଫେରାର୍

(ମଧ୍ୟପ୍ରଦେଶ) : ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାର କୁନୋ ଜାତୀୟ ପାର୍କରୁ ଏକ ଆଫ୍ରିକୀୟ ଚିତା ଫେରାର ହୋଇ ରାଜସ୍ଥାନକୁ ଆସିଛି। ଏହି ଚିତାକୁ ଦୁଇ ବର୍ଷ ତଳେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଅଣାଯାଇଥିଲା । ଚିତା ରାଜସ୍ଥାନର କରୌଲି ଜିଲ୍ଲାର କରନପୁର ଅଞ୍ଚଳର ସିମରା ଗାଁରେ ପହଞ୍ଚିଯାଇଛି। ଶନିବାର ସକାଳେ କଲରାପତରିଆ ବାଘ ପଶିଥିବା ଖବର ପାଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ସୂଚନାନୁଯାୟୀ , ଜଙ୍ଗଲ ଅଂଚଳରେ ସତର୍କତା ଅବଲମ୍ବନ କରିବା ସହ ଚିତାଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି। ଏହା ମଧ୍ୟପ୍ରଦେଶର କୁନୋ ସଫାରି ପାର୍କରୁ ବୁଲୁଥିବା ବେଳେ କରୌଲିରେ ପହଞ୍ଚିଥିବା ଜଣାଯାଇଛି। ତାକୁ ଧରି କୁନୋ ନିଆଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

Related posts

ସହଜରେ ଟ୍ରାକ ହେବ ଚୋରି ମୋବାଇଲ

mahabharatanews

କୋମଳମତୀ ଶିଶୁକୁ ଶୀଘ୍ର ସ୍କୁଲ ପଠାଅନି : ସୁପ୍ରିମକୋର୍ଟ

mahabharatanews

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଅଜିତ୍ ପାୱାରଙ୍କ ପୁଅ ପାର୍ଥ ପାୱାର ।

mahabharatanews