ଓଡିଶା

ଆଜି ଓଡିଶା ଆସୁଛନ୍ତି ମୋଦି 

(ଭୁବନେଶ୍ୱର) : ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୦ରେ ଭୁବନେଶ୍ୱରରେ ମୋଦି କରିବେ ରୋଡ୍ ସୋ । ସେହିପରି ୧୧ ତାରିଖରେ ବଲାଙ୍ଗୀରରେ ସାଧାରଣ ସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି । ସେହିପରି ଆଜି ଅର୍ଥାତ୍ ୫ ତାରିଖ ରାତିରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୯ଟା ୩୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

ସୂଚନାନୁଯାୟୀ , ୬ ତାରିଖ ସକାଳୁ ବ୍ରହ୍ମପୁର ଅଭିମୁଖେ ବାହାରି ଯିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବ୍ରହ୍ମପୁରରେ ବିଶାଳ ସମାବେଶରେ ଯୋଗ ଦେବେ । ତା’ପରେ ନବରଙ୍ଗପୁରରେ ମଧ୍ୟ ବଡ଼ ଜନସଭାରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ନବରଙ୍ଗପୁର ଗସ୍ତ ପାଇଁ ବର୍ତ୍ତମାନ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି । ଚିଲିକାରେ ପ୍ରଧାନମନ୍ତ୍ରୀଙ୍କ ସଭା ଥିବାରୁ ଡ୍ରୋନ ଉଡ଼ାଣ ଉପରେ ରୋକ୍ ଲଗାଯାଇଛି । ଶନିବାରଠାରୁ ୬ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନୋ ଫ୍ଲାଇଂ ଜୋନ୍ କଟକଣା ଲାଗୁ ରହିବ । ନୋ ଫ୍ଲାଇଂ ଜୋନ୍ ନେଇ ଜିଲ୍ଲାପାଳଙ୍କ ଅଫିସ୍ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

Related posts

ମଶା ବଂଶ ବୃଦ୍ଧି ହେତୁ ଆମ ଆଦାମ ପାର୍ଟି ପକ୍ଷରୁ ବିକ୍ଷୋଭ

mahabharatanews

କ୍ଳବ ସତ୍ୟବାଦୀ ପକ୍ଷରୁ ବୁଲା କୁକୁର, ଗାଈଗୋରୁଙ୍କ ଖାଦ୍ୟ ବଣ୍ଟନ

mahabharatanews

୭୨ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ

mahabharatanews