ଭାରତ

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ହେମନ୍ତ ସୋରେନ

(ଦିଲ୍ଲୀ) : ସୁପ୍ରିମକୋର୍ଟ ଗଲେ ହେମନ୍ତ ସୋରେନ । ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଯେଉଁଥିରେ ସେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଛନ୍ତି। ତାଙ୍କ ଗିରଫଦାରୀକୁ ଆଇନଗତ ବୋଲି କହି ହାଇକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନାନୁଯାୟୀ , ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡୁଙ୍କ ନେତୃତ୍ୱରେ ତିନିଜଣିଆ ଖଣ୍ଡପୀଠରେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ହେମନ୍ତ ସୋରେନଙ୍କ ଆବେଦନ ବିଷୟରେ ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି। ମାମଲାର ଶୁଣାଣି ପାଇଁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସେ କୋର୍ଟରେ ଆବେଦନ କରିଥିଲେ। ଏଥିପାଇଁ ସେ ଲୋକସଭା ନିର୍ବାଚନକୁ ଦର୍ଶାଇଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ସେ ଏହି ଅନୁରୋଧ ଉପରେ ବିଚାର କରିବୁ ।  ଦୀର୍ଘ ସମୟ ଧରି ପଚରାଉଚରା ପରେ, ଇଡି ତାଙ୍କୁ ଜାନୁଆରୀ ୩୧ରେ ଜମି ସ୍କାମ ମାମଲାରେ ଗିରଫ କରିଥିଲା।

Related posts

ଦେଶରେ ପୁଣି୨୦ ହଜାରେ ଟପିଲା ସଂକ୍ରମଣ ; ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି

mahabharatanews

ଅନୁପ୍ରବେଶ ବେଳେ ଧରାହେଲେଣି ୧୧

mahabharatanews

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews