ଭାରତ

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

(ଦିଲ୍ଲୀ) : ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅହମ୍ମଦାବାଦର ନିଶାନ ହାୟର ସେକେଣ୍ତାରୀ ସ୍କୁଲ ବୁଥରେ ଭୋଟଦେଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ରେକର୍ଡ ସଂଖ୍ୟାରେ ମତଦାନ କରିବା ପାଇଁ ଅପିଲ୍ କରିଛନ୍ତି ମୋଦି । ମତସାବ୍ୟସ୍ତ କରିବା ପରେ ମୋଦୀ କହିଛନ୍ତି, ସକ୍ରିୟ ମତଦାନ ଦ୍ୱାରା ଉତ୍ସାବ ଅଧିକ ବଢିବ ।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭୋଟ୍ ଦେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ତୃତୀୟ ପର୍ଯ୍ୟାୟ ମତଦାନ। ମୁଁ ଦେଶବାସୀଙ୍କୁ ବିଶେଷ ଭାବରେ ଜଣାଇବା ପାଇଁ ଚାହିଁବି ଯେ, ଗଣତନ୍ତ୍ରରେ ଭୋଟ୍ ଦେବା ଏକ ସାମାନ୍ୟ ଦାନ ନୁହେଁ । ଆମ ଦେଶରେ ଦାନର ଏକ ଗୁରୁତ୍ୱ ରହିଛି । ଦେଶବାସୀ ଯଥାସମ୍ଭବ ଭୋଟ୍ ଦେବା ଉଚିତ୍। ତିନି ସପ୍ତାହ ଧରି ନିର୍ବାଚନ ପ୍ରଚାର ଜାରି ରହିବ, ଚାରି ରାଉଣ୍ଡ ଭୋଟ୍ ଆଗକୁ ରହିଛି। ମୁଁ ଗୁଜୁରାଟର ଭୋଟର ଏବଂ ଉତ୍ସାହର ସହିତ ଭୋଟ୍ ଦେଉଥିବା ଦେଶବାସୀଙ୍କୁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି।

Related posts

ଏନଡ଼ିଏର ସିଟି ସେୟାରିଂ ଘୋଷଣା

mahabharatanews

ସଞ୍ଜୟ ବର୍ମା କାନାଡାର ପରବର୍ତ୍ତୀ ହାଇକମିଶନର

mahabharatanews

ଆଜି ପଞ୍ଚଭୂତରେ ଲୀନ ହେବେ ଗୀତା ମେହେଟ୍ଟା

mahabharatanews