ଭାରତ

ଆଜି ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ 

(ଦିଲ୍ଲୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଓଡିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ରାଜନାଥ ଓଡିଶା ଆସିବେ । ଭବାନୀପାଟଣା ଓ ରାୟଗଡାରେ ସେ ଜନସଭାକୁ ସମ୍ବୋଧିତ କରିବେ । ସୂଚନା ଅନୁସାରେ ଦିନ ୧୨ଟା ୪୦ ହେଲିକପ୍ଟର ଯୋଗେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୁଲିସ୍ ଗ୍ରାଉଣ୍ଡରେ ପହଞ୍ଚିବେ ରାଜନାଥ ସିଂ ।

ସୂଚନାନୁଯାୟୀ ,  ଦିନ ୧ଟାରେ ସ୍ଥାନୀୟ ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ବିଶାଳ ସାଧାରଣ ସଭାରେ ଉଦବୋଧନ ଦେବେ । ଏଥିରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ପ୍ରଭାରୀ , କଳାହାଣ୍ଡି ବିଜେପି ସାଂସଦ ପ୍ରାର୍ଥୀ ମାଳବିକା ଦେଓଙ୍କ ସମେତ ଜିଲ୍ଲାର ବିଜେପି ବିଧାୟକ ପ୍ରାର୍ଥୀ ମାନେ ଯୋଗାଦେବେ । ଏହାପରେ ଅପରାହ୍ନ ୨ଟା ୪୦ରେ ଭବନୀପାଟଣାରେ କାର୍ଯ୍ୟକ୍ରମ ସାରି ରାୟଗଡା ଅଭିମୂଖେ ଯାତ୍ରା କରିବେ । ଅପରାହ୍ନ ୩ଟା ୧୦ରେ ରାୟଗଡା ସହର ବାରିଝୋଲା ରୋଡ୍ ଏଆଇଏସିଆର୍ ଗ୍ରାଉଣ୍ଡ ରେ ଜନସଭାକୁ ସମ୍ବୋଧନ କରିବେ ରାଜନାଥ । ରାଜନାଥଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଉଭୟ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ବିଜେପି ଶିବିରରେ ଉତ୍ସାହ ଖେଳିଯାଇଥିବା ବେଳେ, ସଭାର ଆୟୋଜନ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related posts

‘ହେଟ୍ ସ୍ପିଚ୍’ ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ଦୋଷମୁକ୍ତ

mahabharatanews

ମୃତ୍ୟୁ ଏପରିବି ଆସିପାରେ ନାଚୁ ନାଚୁ ଚାଲିଗଲ ପ୍ରାଣ

mahabharatanews

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କ ଘର ନିଲାମ

mahabharatanews