ଭାରତ

ଏହି କୋଭିଡ୍ ଟିକାର ରହିଛି ପାର୍ଶ୍ବପ୍ରତିକ୍ରିୟା

(ଦିଲ୍ଲୀ) : ଟିକାରେ ପ୍ରବଳ ପାର୍ଶ୍ବପ୍ରତିକ୍ରିୟା ରହିଥିବା ବ୍ରିଟିସ ଔଷଧ କମ୍ପାନି ସ୍ୱୀକାର କରିବାର କିଛି ଦିନ ପରେ ଆଷ୍ଟ୍ରାଜେନେକା ଏହାର କୋଭିଡ୍-୧୯ ଟିକାକୁ ବିଶ୍ୱବ୍ୟାପୀ ପ୍ରତ୍ୟାହାର କରିବା ଆରମ୍ଭ କରିଛି।

ସୂଚନାନୁଯାୟୀ , କୋଭିଡ୍-୧୯ ପାଇଁ ଅପଡେଟ୍ ହୋଇଥିବା ଟିକା ବହୁଳ ପରିମାଣରେ ଉପଲବ୍ଧ ଥିବା ହେତୁ ବାଣିଜ୍ୟିକ କାରଣରୁ ବିଶ୍ୱବ୍ୟାପୀ ଟିକା ପ୍ରତ୍ୟାହାର ଆରମ୍ଭ ହୋଇଛି ବୋଲି କମ୍ପାନି ପ୍ରକାଶ କରିଛି। ଆଷ୍ଟ୍ରାଜେନେକା କହିଛି ଯେ ଅପଡେଟ୍ ଟିକା ସଫଳଭାବେ ନୂଆ ଭାରିଏଣ୍ଟର ମୁକାବିଲା କରିପାରୁଛି। ଏହାର ମାର୍କେଟିଂ ଅନୁମତି ପ୍ରତ୍ୟାହାର କରି ନେଇଛି ଏବଂ କହିଛି ଯେ ଏହି ଟିକା ଆଉ ଉତ୍ପାଦନ ହେଉନାହିଁ ଏବଂ ଆଉ ବ୍ୟବହାର କରାଯାଇପାରିବ ନାହିଁ। ଟିକା ବ୍ୟବହାର କରୁଥିବା ଅନ୍ୟାନ୍ୟ ଦେଶରେ ମଧ୍ୟ ସମାନ ପଦକ୍ଷେପ ନିଆଯିବ। କୋଭିଡ୍ ଟିକା ଯୋଗୁଁ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବିକୁ ନେଇ ଏହି ଔଷଧ କମ୍ପାନି ବ୍ରିଟେନରେ ୧୦୦ ନିୟୁତ ପାଉଣ୍ଡ ମାମଲାର ସମ୍ମୁଖୀନ ହେଉଛି।

Related posts

ଗୋବିନ୍ଦାଙ୍କ ଟିକେଟକୁ ନେଇ ବଢୁଛି ସସପେନ୍ସ

mahabharatanews

ଦିଲ୍ଲୀ ବିଶ୍ବର ସବୁଠୁ ଖରାପ ବାୟୁଗୁଣବତ୍ତା ରାଜଧାନୀ

mahabharatanews

ଆତଙ୍କବାଦୀଙ୍କ ଗୁଳିରେ ୩ ଅଣକାଶ୍ମୀର ଶ୍ରମିକ ଆହତ

mahabharatanews