ଭାରତ

ଦିନ ୨ ଟାରୁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ରାସ୍ତା ସିଲ୍ 

(ଦିଲ୍ଲୀ) : ମୋଦିଙ୍କ ରୋଡ୍ ସୋ ପାଇଁ କଟକଣା । ଦିନ ୨ ଟାରୁ ରାସ୍ତା ବନ୍ଦ । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ ପାଇଁ ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । ରାଜଧାନୀ ଜଗିବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୩ ଟେକ୍ନିକାଲ ୟୁନିଟ୍ । ୧୦ ଅତିରିକ୍ତ ଡିସିପି, ୪୧ ଇନ୍ସପେକ୍ଟର, ୧୮୦ SI ମୁତୟନ ରହିବେ । ଦିନ ୨ଟା ପରଠୁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ରାସ୍ତା ସିଲ୍ । ମୋଦିଙ୍କ ରୋଡ୍ ସୋ ପାଇଁ ଜନପଥରେ ଟ୍ରାଫିକ କଟକଣା ଲଗାଇଛି କମିଶନରେଟ୍ ପୋଲିସ ।

ସୂଚନାନୁଯାୟୀ , ଆଜି ଅପରାହ୍ନ ୨ଟାରୁ ରୋଡ୍ ସୋ ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍ ସୋ’ ଶେଷ ହେବା ଯାଏଁ ଜନପଥର ଅପରପାର୍ଶ୍ବ ଅର୍ଥାତ୍ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍ ରାସ୍ତାକୁ ବନ୍ଦ କରାଯିବ । ଏହା ସହ ଜନପଥକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା ସିଲ୍ କରାଯିବ ।

Related posts

ଭୟବିତ କରୁଛି ‘ମଙ୍କିପକ୍ସ’ : ୧୦୦୦ରୁ ଅଧିକ ଲୋକ ସଂକ୍ରମିତ

mahabharatanews

ଚଳିତ ବର୍ଷ ଶେଷରେ ମିଜୋରାମ ବିଧାନସଭା ନିର୍ବାଚନ, ନିର୍ବାଚନ ଆୟୋଗର ସମୀକ୍ଷା ବୈଠକ

mahabharatanews

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, ଦମୟନ୍ତୀ

mahabharatanews