ଭାରତ

“ମୋର ଔଷଧ ୧୫ ଦିନ ବନ୍ଦ କରିଦେଇଥିଲେ “: କେଜ୍ରିୱାଲ

(ଦିଲ୍ଲୀ) : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅର୍ଥ ହେରଫେର ମାମଲାରେ ସୁପ୍ରିମକୋର୍ଟଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯିବା ପରେ କେନ୍ଦ୍ର ସରାକରଙ୍କୁ ଘନ ଘନ କରୁଛନ୍ତି ଟାର୍ଗେଟ । ଆଉ ସେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ଯଦି ଏଥର ବିଜେପି ନିର୍ବାଚନ ଜିତିଯାଏ ତେବେ ବିରୋଧୀ ଦଳର ସମସ୍ତ ନେତା ଜେଲ ଯିବେ । ଏବେ ସେମାନେ କେରଳ ମୁଖ୍ୟମନ୍ତ୍ରୀଙ୍କ ପଛରେ ପଡ଼ିଛନ୍ତି ।

ସୂଚନାନୁଯାୟୀ , ସେ ଆହୁରି ବିଜେପି ଉପରେ ଅଭିଯୋଗ କରି କହିଛନ୍ତି ଯେ, ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲି, କିନ୍ତୁ ଯେତେବେଳେ ମୁଁ ତିହାରକୁ ଗଲି, ମୋର ଔଷଧ ୧୫ ଦିନ ପାଇଁ ବନ୍ଦ କରିଦିଆଗଲା । ମୋର ଇନସୁଲିନ୍ ବନ୍ଦ କରିଦେଲେ । ଜେଲ୍ ରୁ ବାହାରିବା ପରେ ଆଜି ବିଜେପି ଉପରେ ଏଭଳି ଅଭିଯୋଗ ଆଣିଛନ୍ତି ଅରବିନ୍ଦ କେଜ୍ରିୱାଲ । ସେ ଆହୁରି କହିଛନ୍ତି ଯେ, ‘ଯେଉଁମାନେ ଜେଲରେ ମୋତେ ଭେଟିବାକୁ ଆସୁଥିଲେ ସେମାନେ ମୋ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ । ହେଲେ ମୁଁ ସେମାନଙ୍କୁ କହୁଥିଲି, ମୋର ସ୍ୱାସ୍ଥ୍ୟ ବିଷୟରେ ଭୁଲିଯାଅ, ମୋ ଦିଲ୍ଲୀର ସ୍ୱାସ୍ଥ୍ୟ କିପରି ଅଛି କୁହ ।

Related posts

ବଙ୍ଗଳା ଖାଲି କଲେ ମହୁଆ 

mahabharatanews

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

mahabharatanews

ସିଆରପିଏଫ ନିକଟରେ ଏକକାଳୀନ ୨୪ ମାଓବାଦୀଙ୍କ ଆତ୍ମସମର୍ପଣ

mahabharatanews