ଓଡିଶା

 ବିଜେଡିରୁ ବିଦା ହେଲେ ବିଧାୟକ ପ୍ରଫୁଲ୍ଲ ମାଝି

(ଭୁବନେଶ୍ୱର) : ବିଜେଡିରୁ ବିଦା ହେଲେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି । ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । କଂଗ୍ରେସ ଶିବିର ଛାଡ଼ି ଏହି ପୂର୍ବତନ ବିଧାୟକ ୬ ଡିସେମ୍ବର ୨୦୨୧ରେ ବିଜେଡି ଶିବିରରେ ସାମିଲ ହୋଇଥିଲେ ।

ସୂଚନାନୁଯାୟୀ , ଏହାସହିତ ତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପଦରୁ ମଧ୍ୟ ନିଲମ୍ବନ କରାଯାଇଛି । ୨୦୦୬ ଉପନିର୍ବାଚନରେ ସୁନ୍ଦରଗଡ଼ ଜିଲାର ତଳସରା ବିଧାନସଭା ଆସନରୁ ପ୍ରଫୁଲ୍ଲ ମାଝୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ କଂଗ୍ରେସ ଟିକଟରେ ସେ ୨୦୦୯ ଓ ୨୦୧୪ ନିର୍ବାଚନରେ ତଳସରା ବିଧାନସଭା ଆସନରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Related posts

ବଢିଲା ହରଡ଼ ଡାଲିର ଦର ଦାମ

mahabharatanews

ବଡଦିନ: ବଲିଉଡ ସିଙ୍ଗର ହର୍ଶଦୀପ କଉରଙ୍କ ପକ୍ଷରୁ ଷ୍ଟାର ନାଇଟ

mahabharatanews

ଓଲଟିଲା ଗ୍ୟାସ ଭର୍ତ୍ତି ଟ୍ୟାଙ୍କର

mahabharatanews