ଓଡିଶା

 ବିଜେଡିରୁ ବିଦା ହେଲେ ବିଧାୟକ ପ୍ରଫୁଲ୍ଲ ମାଝି

(ଭୁବନେଶ୍ୱର) : ବିଜେଡିରୁ ବିଦା ହେଲେ ତଳସରାର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝି । ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ରବିବାର ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଜଣାପଡ଼ିଛି । କଂଗ୍ରେସ ଶିବିର ଛାଡ଼ି ଏହି ପୂର୍ବତନ ବିଧାୟକ ୬ ଡିସେମ୍ବର ୨୦୨୧ରେ ବିଜେଡି ଶିବିରରେ ସାମିଲ ହୋଇଥିଲେ ।

ସୂଚନାନୁଯାୟୀ , ଏହାସହିତ ତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପଦରୁ ମଧ୍ୟ ନିଲମ୍ବନ କରାଯାଇଛି । ୨୦୦୬ ଉପନିର୍ବାଚନରେ ସୁନ୍ଦରଗଡ଼ ଜିଲାର ତଳସରା ବିଧାନସଭା ଆସନରୁ ପ୍ରଫୁଲ୍ଲ ମାଝୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ କଂଗ୍ରେସ ଟିକଟରେ ସେ ୨୦୦୯ ଓ ୨୦୧୪ ନିର୍ବାଚନରେ ତଳସରା ବିଧାନସଭା ଆସନରୁ ମଧ୍ୟ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

Related posts

ଆରଟିଓ ଭୁବନେଶ୍ୱର ୧ ଅଫିସ ସାମ୍ନାରେ ଦଲାଲ ଗିରି କରୁଥିବା ଅଭିଯୋଗରେ ୯ଜଣ ଦଲାଲଙ୍କୁ ବାନ୍ଧିଲା କମିଶନରେଟ ପୋଲିସ

mahabharatanews

ନାକେଦମ କଲା ବିଜେପି ମହିଳା ମୋର୍ଚ୍ଚା

mahabharatanews

ବିଶିଷ୍ଟ ସାହିତ୍ୟ ସାଧକ କବି ତୁଳସୀ ଦାସଙ୍କୁ ଶୁଶ୍ରୀ ଶୁଭଶ୍ରୀ ସମ୍ମାନରେ ସମ୍ମାନିତ

mahabharatanews