ଓଡିଶା

ଶପଥ ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ ନବୀନ

(ଭୁବନେଶ୍ୱର) : ସାରା ଦେଶରେ ଜାରି ରହିଛି ସାଧାରଣ ନିର୍ବାଚନ । ବର୍ତ୍ତମାନ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଆହୁରି ବାକି ରହିଛି ୩ଟି ପର୍ଯ୍ୟାୟ । ଏହି ସମୟରେ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି । ଭିନ୍ନ ଭିନ୍ନ ରାଜନୈତିିକ ଦଳ ନିର୍ବାଚନରେ ଜିତିବା ନେଇ ଦାବି କରୁଛନ୍ତି ।

ସୂଚନାନୁଯାୟୀ , ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧକ୍ଷ ପାଣ୍ଡିଆନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଦାବି କରାଯାଇଛି । ତାହା ସହ ସମସ୍ତଙ୍କୁ BSKY କାର୍ଡ ମିଳିବ ବୋଲି କୁହାଯାଇଛି । ସରକାରୀ କର୍ମଚାରୀ ବି ପାଇବେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ । ମିଳୁଥିବା ବେଳେ ଏବେ ସମସ୍ତଙ୍କୁ ଖୁସି ଖବର ଦେଇଛନ୍ତି ପାଣ୍ଡିଆନ । ଓଡ଼ିଶାବାସୀଙ୍କ ପ୍ରିୟ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ଶପଥ ନେବା ପରେ ପ୍ରଥମେ ବିଜୁଳି ବିଲ ଛାଡ଼ କରିବେ। ଏହା ସହ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି, ଏହା ହେଉଛି ନବୀନ ପଟ୍ଟନାୟକ ବିଜୁଳି ଗ୍ୟାରେଣ୍ଟି, ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି।

Related posts

ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା

mahabharatanews

ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ

mahabharatanews

୧୪୮ କୋଟି ବ୍ୟୟ ଅଟକଳରେ ପୁନଃନିର୍ମାଣ ହେଉଛି ଇନ୍ଦ୍ରାବତୀ ପାର୍କ

mahabharatanews