ଓଡିଶା

“ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି”: ବିଜେଡି ସୁପ୍ରିମୋ 

(ଭୁବନେଶ୍ୱର) : ସମ୍ବଲପୁର ପରେ ନାକଟିଦେଉଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ । ଏହାସହ ମଂଚ ଉପରୁ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ବିରୋଧୀ ଦଳ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି । ଜୁଲାଇ ମାସରୁ ମାଗଣା ବିଜୁଳି ଦିଆଯିବ ବୋଲି ପୁଣି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଜନସଭାକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକକଲ୍ୟାଣକାରୀ ଯୋଜନା ଭଲ କି ବୋଲି ଲୋକଙ୍କୁ ପଚାରିଛନ୍ତି ନବୀନ ପଟ୍ଟନାୟକ ।

ସୂଚନାନୁଯାୟୀ , ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବଲପୁର ଜନସଭାରୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ ପଚାରିଛନ୍ତି ପାଣ୍ଡିଆନ । ସମ୍ବଲପୁରୀ ଭାଷା, ହସ୍ତତନ୍ତ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି । ଏବଂ ସନ୍ଧ୍ୟା ସୁଦ୍ଧା ସବୁ ପ୍ରଶ୍ନର ଉତର ରଖିବାକୁ ଆହ୍ୱାନ ଦେଇଛନ୍ତି ।

Related posts

ଟ୍ରକ୍କୁ ଧକ୍କା ଦେଲା କାର, ଜଣେ ମୃତ

mahabharatanews

ବିଶ୍ଵଶାନ୍ତି ମହାଯଜ୍ଞ ସ୍ଥଳରେ ପହଞ୍ଚିଲେ ଉଗ ଙ୍କ ଧର୍ମପତ୍ନୀ

mahabharatanews

ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ କର୍ମଶାଳା ଅନୁଷ୍ଠିତ ।

mahabharatanews